ଶୋଭା ପାଉଛି ୫୬ ଫୁଟର କେଦାରନାଥ ମନ୍ଦିର ଆକୃତିର ଡିଜିଟାଲ ଲାଇଟ ଗେଟ , ଏକାଦଶୀ ତିଥିରେ ଲାଗିହୁଏ ଖିରିଭୋଗ
ଜଟଣୀ :--ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଅବସରରେ ଚଳଚଞ୍ଚଳ ହୋଇଉଠୁଛି ସହର l ଜଟଣୀ ମେଡିକାଲ ଛକର ବ୍ୟାପକ ପ୍ରସ୍ତୁତି l ସୂଚନା ଅନୁସାରେ ୨୦୦୬ ମସିହାରୁ ଏହି ମଣ୍ଡପରେ ଗଜାନନ ପୂଜା ପାଇଆସୁଛନ୍ତି l ସଂଘର ସଭାପତି କୁହନ୍ତି ପ୍ରଥମେ ୩ ଫୁଟର ଗଣେଶ ଏହି ମଣ୍ଡପରେ ପୂଜା ପାଇ ବର୍ତ୍ତମାନ ୧୦ ଫୁଟ ଉଚ୍ଚର ଗଜାନନଙ୍କ ସହ ମାତା ସରସ୍ବତୀ ଓ ଲକ୍ଷ୍ମୀ ପୂଜା ପାଉଛନ୍ତି l ୧୯ ବର୍ଷ ପୂର୍ବେ ଶ୍ୟାମ ପ୍ରସାଦ ରଥ, ପଞ୍ଚୁ ପ୍ରଧାନ, ସ୍ୱର୍ଗତ ଜୟକୃଷ୍ଣ ବେହେରା, ଶରତ ସାମନ୍ତରାୟ, ବିପିନ ସ୍ୱାଇଁ ସମେତ କେତେଜଣ କଳା ସଂସ୍କୃତି ଅନୁରାଗୀ ବ୍ୟକ୍ତି ଏଠାରେ ଗଣେଶ ପୂଜା ଆରମ୍ଭ କରିଥିଲେ l ବର୍ତ୍ତମାନ ଗୋବିନ୍ଦ ପାହାଡ ସିଂ, ବିରଞ୍ଚି ନାରାୟଣ ସାହୁ, ଅଶୋକ ମିଶ୍ର, ବାବୁଲି ପଣ୍ଡା, ରମେଶ ଚନ୍ଦ୍ର ସାହୁଙ୍କ ସମେତ ବ୍ୟବସାୟୀ ଭାଇଙ୍କ ସହାୟତା ଏବଂ ସ୍ଥାନୀୟ ଭକ୍ତଙ୍କ ସହାୟତାରେ ଏହି ପୂଜା ଅନୁଷ୍ଠିତ ହୋଇଆସୁଅଛି l ଚଳିତ ବର୍ଷ ସଂଘର ଜଣେ ସକ୍ରିୟ ସଦସ୍ୟ ଭାବେ ପରିଚିତ ଗୋବିନ୍ଦ ପାହାଡ଼ ସିଂ ୧୦ ଫୁଟ ଉଚ୍ଚର ଗଜାନନ ମୂର୍ତ୍ତି ସହ ମାତା ସରସ୍ବତୀ ଓ ଲକ୍ଷ୍ମୀ ମୂର୍ତ୍ତି ସ୍ଵଇଛାରେ ଦାନ କରିଛନ୍ତି l ଏଠାରେ ଗଜାନନ ପଶ୍ଚିମା ମୁଖା ହୋଇ ପୂଜା ପାଇଆସୁଛନ୍ତି l ଚଳିତ ବର୍ଷ ମଣ୍ଡପକୁ ଆକର୍ଷଣ କରିବା ପାଇଁ ୫୬ ଫୁଟ ଉଚ୍ଚର କେଦାରନାଥ ମନ୍ଦିର ଆକୃତିର ଡିଜିଟାଲ ଲାଇଟ ତୋରଣ ସହ କାଗଜ ଏବଂ ବାଉଁଶ ପାତିଆରେ ନିର୍ମିତ ଶୁଭ୍ର ରଙ୍ଗର ଚକମକି ମେଢ଼ ସ୍ଥାନ ପାଇଛି l ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ଆଳତି ସହ ଠାକୁରଙ୍କ ନିକଟରେ ବିଭିନ୍ନ ଫଳ, ମିଠା ଭୋଗ ଲାଗି ହୁଏ l ଏହି ପୂଜାର ଅନ୍ୟ ଏକ ବିଶେଶ୍ୱତ ହେଲା ସପ୍ତମୀ ତିଥିରେ ମଣ୍ଡା ପିଠା ଲାଗିହୁଏ ଏବଂ ଏକାଦଶୀ ତିଥିରେ ଖିରି ଭୋଗ ଲାଗିହୁଏ l ଏକାଦଶୀ ତିଥିରେ ସମସ୍ତ ନୀତିକାନ୍ତି ସହ ଠାକୁରଙ୍କ ପଇତା ଏବଂ ଲାଗି ହୋଇଥିବା ଲଡୁ ବଦଳାଯାଇଥାଏ l ଭକ୍ତଙ୍କୁ ଆକୃଷ୍ଟ କରିବାପାଇଁ ଓଡିଶୀ ଲୋକନୁର୍ତ୍ୟ, ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ଭଜନ ସମାରୋହ ଅନୁଷ୍ଠିତ ହୋଉଥାଏ l ଏକାଦଶୀ ତିଥିରେ ୨ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ସଂଘ ପକ୍ଷରୁ ଆୟୋଜନ ହୋଇଥାଏ ବୋଲି ସମ୍ପାଦକ ଚିତ୍ତରଞ୍ଜନ ପାତ୍ର ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୯/୨୦୨୪-----୮,୫୦ Sakhigopal News,11/9/2024