Breaking News

ମହୁଲପାଲି ପଞ୍ଚାୟତର ନିଲମ୍ବିତ ସରପଞ୍ଚ ପୁଣି ସରପଞ୍ଚ ହେଲେ

 
 ବରଗଡ଼ --- ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ମହୁଲପାଲି ପଞ୍ଚାୟତ ର ଯୁବ ସରପଞ୍ଚ ବିଜୟ କର୍ମୀଙ୍କୁ  ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଥିଲା ।  ୬,୯,୨୪ ତାରିଖ ଦିନ ସରପଞ୍ଚ ପଦବୀ ବିଜୟ  ଫେରି ପାଇଛନ୍ତି।  ଏବିଇଓ ଭୈରବ ଭୋଇ, ପଂଚାୟତ ନିର୍ବାହୀ ଅଧିକାରୀ କୁନ୍ତୀ ଭୋଇ,ନାଏବ ସରପଞ୍ଚ ଅହଲ୍ୟା ସେଠ୍ ଙ୍କ ଉପସ୍ଥିତରେ ବିଜୟ ଦାୟିତ୍ୱ ନେଇଥିଲେ। ଏହି ସମୟରେ ପୂର୍ବତନ ସରପଞ୍ଚ କାମାକ୍ଷୀ ପ୍ରସାଦ ଭୋଇ ଙ୍କ ସହ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।  ପ୍ରଶାସନିକ  ଅଧିକାରୀ ତାଙ୍କର କିଛି ଭୁଲ ଥିବା ଦର୍ଶାଇ ତାଙ୍କୁ ନିଲମ୍ବିତ କରାଯାଇଥିଲା।ପୁଣି ସରକାରୀ ସ୍ତରରେ ଉପଯୁକ୍ତ ପ୍ରମାଣ ଅଭାବରୁ ପୁଣି ସରପଞ୍ଚ ଦାଇତ୍ବ ଦେବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ସମଗ୍ର ବରଗଡ ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଛି। ସମଗ୍ର ମହୁଲପାଲି ପଞ୍ଚାୟତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୯/୨୦୨୪----୭,୨୫ Sakhigopal News,7/9/2024

Blog Archive

Popular Posts