ସାମାଜିକ ସମୀକ୍ଷାର ଜନ ଶୁଣାଣିରେ ଅଧିକାରୀ ମାନଙ୍କୁ ନେଇ ବୈଠକ
ସାକ୍ଷୀଗେ।।ପଳ,---- ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମି ନିଯୁକ୍ତି ଯୋଜନାର ବ୍ଳକ ସ୍ତରୀୟ ସାମାଜିକ ସମୀକ୍ଷାର ଜନଶୁଣାଣି ପରେ ତାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ଏଡିଏମ ଜେନେର୍ୟାଲ ଶରତ ଚନ୍ଦ୍ର ବେହେରା । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ ଯୋଗ ଦେଇ ଯୋଜନାର ବିଭିନ୍ନ ଦିଗ ଉପରେ ଆଲେଚନା କରାଯାଇଥିବା ଜଣାପଡିଛି । ଏହି ସମୀକ୍ଷା ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ଓ ଜିଲ୍ଲାପରିଷଦ ସଭ୍ୟଙ୍କ ସହିତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ୍ୟ ରୋଜଗାର ସେବକ ଓ ଭିଲେଜ ରିର୍ଚ୍ଚସ ପରସନ ମାନଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୯/୨୦୨୪---୭,୧୦ Sakhigopal News, 12/9/2024