Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ କବାଡି ପ୍ରତିଯୋଗିତା ; ୩ଶହରୁ ୪୮ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ

 


ସାକ୍ଷୀଗୋପାଳ,--- ସତ୍ୟବାଦୀ ମଣ୍ଡଳ ସ୍ତରୀୟ କବାଡି ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାକୁ ମଣ୍ଡଳ ସ୍ତରୀୟ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ କ୍ରୀଡା ପତାକାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ମଠସାହିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଶୁବୁଦ୍ଧି, ଗୋପିନାଥ ଦେବ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ତ୍ରିପାଠୀ, ମାନସାହି ହାଇସ୍କଳୁଲର ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ଦାଶ ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ପ୍ରମୁଖ ଯୋଗ ଦେଇ ପାଠ ସହିତ ଖେଳ ହେଉଛି ଗୋଟିଏ ଅଙ୍ଗ , ଦୁଇଟି ଯାକ ଟଙ୍କା ସଦୃଶ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଶାରିରୀକ ଶିକ୍ଷା ଶିକ୍ଷକ ଦାମଦର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ଆରମ୍ଭରୁ ଅତିଥି ମାନେ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ  ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ୨୫ ଗୋଟି ବିଦ୍ୟାଳୟର ପ୍ରାୟ ୩ଶହ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ଭାଗ  ନେଇଥିଲେ । ସେମାନଙ୍କ ମଧ୍ୟରୁ ଜୁନିୟର ବିଭାଗରେ ବାଳକ ୧୨ ଜଣ ଓ ବାଳିକା ୧୨ ଜଣ ମନୋନୀତ ହୋଇଥବା ବେଳେ ସିନିୟର ବିଭାଗରେ ୧୨ ଜଣ ବାଳିକା ଓ ୧୨ଜଣ ବାଳକ ବଛା ବଛା ଖେଳାଳୀ ମାନଙ୍କୁ ମନୋନୀତ କରାଯାଇଛି ବୋଲି ମଣ୍ଡଳ ସ୍ତରୀୟ କ୍ରୀଡା ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇଙ୍କ ଠାରୁ ସୁଚନା ମିଳିଛି । ମୌସୁମି ଦାଶ, ନିଶାକର ଶତପଥି, କଳ୍ପନା ପ୍ରଧାନ, ଉମାକାନ୍ତ ନାୟକ, ସଂଗ୍ରାମ କେଶରୀ ମହାନ୍ତି, ସନ୍ଦୀପ ତ୍ରିପାଠୀ, ପୁଷ୍ପାଞ୍ଜଳି ଜେନା, ଲିଙ୍ଗରାଜ ସାହୁ, ସୁରେଶ ସ୍ୱାଇଁ, ଜୟଶ୍ରୀ ପଣ୍ଡା, ଅମିକା ମଲିକ, ଅରଜିତ ଗିରି ପ୍ରମୁଖ ଶାରିରୀକ ଶିକ୍ଷା ଶିକ୍ଷକ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ସଂଘ ପକ୍ଷରୁ ଅତିଥି ଓ ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷୟକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉପଢ଼ୌକନ ଓ ଫୁଲତେଡା ଦେଇ ସମ୍ମଦ୍ଧିତ କରାଯାଇଥିଲା ।ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୯/୨୦୨୪---୪.୫୦    Sakhigopal News, 4/9/2024

Blog Archive

Popular Posts