Breaking News

>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି ଜଟଣୀରେ ବିକ୍ରି ,୪ ଗିରଫ



    ଜଟଣୀ :
    ଗଣେଶ ପୂଜା ପାଇଁ ଜଟଣୀ ଚଳଚଞ୍ଚଳ ଥିବା ବେଳେ ବ୍ରାଉନ ସୁଗାର ବେପାରୀଙ୍କ ଉପରେ କଡା ନଜର ରଖିଛି ପୋଲିସ |ଗତକାଲି ସ୍ଥାନୀୟ ସେଞ୍ଚୁରୀୟନ କଲେଜ ନିକଟରୁ 4 ଜଣ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଛି ଜଟଣୀ ପୋଲିସ |ଏମାନେ ଖୋର୍ଦ୍ଧା ସମନ୍ତରାୟପୁର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଜଟଣୀରେ ବିକ୍ରି କରିଥାନ୍ତି ବୋଲି ପୋଲିସ ସୂଚନା ଦେଇଛି |ସମଗ୍ର ଜିଲ୍ଲା ଭିତରେ ଖୋର୍ଦ୍ଧା ନିକଟ ସମନ୍ତରାୟପୁର ହେଉଛି ବ୍ରାଉନ ସୁଗାର ବେପାରୀଙ୍କ ପେଣ୍ଠ ସ୍ଥଳୀ |ସେହି ଅଞ୍ଚଳର ମୀନ ନାମକ ଜଣେ ପାଉଡର ବେପାରୀ ଠାରୁ ଏହି ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଆଣି ଜଟଣୀର ବିଭିନ୍ନ କଲେଜ ଛାତ୍ର ଛାତ୍ରୀଙ୍କୁ ଟାର୍ଗେଟ କରି ବିକ୍ରି କରିଥାନ୍ତି |ତେବେ କୌଣସି ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଅତର୍କିତ ଚଢ଼ାଉ କରି 4 ବେପାରୀଙ୍କୁ ବାନ୍ଧି 341/24 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି |ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର ଦିପୁନା ବେହେରା, ସର୍ବେଶ୍ୱର ବେହେରା ଏବଂ ସାମନ୍ତରାୟପୂରର ସଦାଶିବ ନାୟକ, ମନୋଜ ବେହେରା |ଏମାନଙ୍କ ଠାରୁ ୨୦.୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୪ ଟି ବାଇକ, ୩ଟି ମୋବାଇଲ, ୧୬୦୦ ଟଙ୍କା  ଜବତ କରିଛି ପୋଲିସ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୯/୨୦୨୪---୧୧,୪୫ Sakhigopal News,5/9/2024

    Blog Archive

    Popular Posts