Breaking News

ଆକ୍ସନ ମୁଡରେ ଗୋପର ନୂତନ ତହସିଲଦାର, ବେଆଇନ ବାଲି ଚୋରା ଚାଲାଣ କରୁଥିବା ୨ ଟ୍ରାକ୍ଟର ଜବତ।




କୋଣାର୍କ - କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଥାନା ଅଧିନସ୍ଥ ବାଲି କପିଳେଶ୍ଵର ମନ୍ଦିର ପଛପଟ ଜଙ୍ଗଲରୁ ବାଲି ଚୋରା ଚାଲାଣ କରୁଥିବା ୨ଗୋଟି ଟ୍ରାକ୍ଟରକୁ ଗୋପ ତହସିଲରେ ନୂତନ ଭାବେ ଯୋଗଦାନ କରିଥିବା ତହସିଲଦାର ଅନିଲ କୁମାର ମହାନ୍ତି ଜବତ କରି ରାମଚଣ୍ଡୀ ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ଗତ ୪ଦିନ ତଳେ ଗୋପ ତହସିଲରେ ନୂତନ ତହସିଲଦାର ଭାବେ ଯାଜପୁର ଜିଲ୍ଲା ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତି ଯୋଗଦାନ କରିଥିଲେ। ଗୋପ ତହସିଲଦାର ରଞ୍ଜନ କୁମାର ପରିଡାଙ୍କ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଜଣେ ଯୁବ ପ୍ରଶାସନିକ ଅଧିକାରୀ ଅନିଲ କୁମାର ମହାନ୍ତି ଗୋପର ନୂତନ ତହସିଲଦାର ଭାବେ ଯୋଗଦେଇଛନ୍ତି। ନୂତନ ଭାବେ ଯୋଗଦାନ କରିବା ପରେ ନୂତନ ତହସିଲଦାର ଶ୍ରୀ ମହାନ୍ତି ଆଜି ପୂର୍ବାହ୍ନ ୮ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଲିକପିଳେଶ୍ବର ମନ୍ଦିର ପଛପଟ ରାଜସ୍ବ ଜମିରୁ ବାଲି ଚୋରା ଚାଲାଣ ହେଉଥିବା ୨ଗୋଟି ଟ୍ରାକ୍ଟରକୁ ଜବତ କରିବା ସହିତ ରାମଚଣ୍ଡୀ ଥାନାକୁ ହସ୍ତାନ୍ତର କରିଥିଲେ। ଦୀର୍ଘ ଦିନ ଧରି କୋଣାର୍କ ସମେତ ଆଖପାଖ ଅଞ୍ଚଳରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଖବରକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ଗୋପ ତହସିଲଦାରଙ୍କ ଯୋଗଦାନ ପରେ ବାଲି ଚୋରା ଚାଲାଣ କରୁଥିବା ୨ଗୋଟି ଟ୍ରାକ୍ଟରକୁ ଜବତ କରିବା ଘଟଣାକୁ ନେଇ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ନୂତନ ତହସିଲଦାର ଶ୍ରୀ ମହାନ୍ତିଙ୍କ ଏଭଳି ପଦକ୍ଷେପକୁ କୋଣାର୍କ ତଥା ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ, ପରିବେଶବିତ ଓ ସଚେତନ ନାଗରିକ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୩/୯/୨୦୨୪---୭,୪୫ Sakhigopal News, 3/9/2024

Blog Archive

Popular Posts