Breaking News

ହଷ୍ଟେଲ ଛାତ୍ରୀ ମାନଙ୍କୁ, ସ୍ବେଛାକୃତ ଶିକ୍ଷାଦାନ ପ୍ରଦାନ



ଭଞ୍ଜନଗର -  ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଅନୁସୂଚିତ ଜନଜାତି ବାଳିକା ହଷ୍ଟେଲ ରେ ସ୍ବେଛାକୃତ ଶିକ୍ଷାଦାନ କରାଯାଇଛି  । ଏଠାରେ ପାଖାପାଖି ଦୁଇ ଶହ ବାଳିକା ଅବସ୍ଥାନ କରିବା ସହ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ପ୍ରତ୍ୟେକ ଦିନ ବିଦ୍ୟାଳୟରେ ଶିକ୍ଷାଦାନ ପରେ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ସନ୍ଦେହ ମୋଚନ ପାଇଁ ଏଭଳି ଶିକ୍ଷାଦାନ ଆରମ୍ଭ ହୋଇଛି । ସଂପୃକ୍ତ ହଷ୍ଟେଲ ର  ଅନ୍ତେବାସୀଙ୍କୁ ଟିଉସନ୍ ନିମିତ୍ତ କିମ୍ବା ସନ୍ଦେହ ମୋଚନ ସକାଶେ ବାହାରକୁ ଯିବା ପାଇଁ ଅନୁମତି ନାହିଁ  ।  ଅନ୍ୟପକ୍ଷରେ ସମସ୍ତ ଛାତ୍ରୀ ଆର୍ଥିକ ସ୍ବଚ୍ଛଳ ନୁହନ୍ତି ।  ତେଣୁ ସେମାନେ ବାହାରୁ ଆସି ପଢ଼ିବା ଏବଂ ଟିଉସନ୍  ଫି ' ମଧ୍ୟ ଦେଇ ପାରିବେ ନାହିଁ । ସେହି ଦୃଷ୍ଟିରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକଙ୍କ ପରାମର୍ଶକ୍ରମେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରତିଦିନ ବିଦ୍ୟାଳୟର ପାଠପଢ଼ା ସରିବା ପରେ,  ଅନ୍ତେବାସୀ ଛାତ୍ରୀଙ୍କୁ ଏକ ଘଣ୍ଟା ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି । ଏ କ୍ଷେତ୍ରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅତି ଆଗ୍ରହର ସହିତ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବାର ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାହାକ ଏଭଳି ସହଯୋଗକୁ ସାଧୁବାଦ ଜଣାଇଛନ୍ତି । ହଷ୍ଟେଲରେ ରହୁଥିବା ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀ ବିଦ୍ୟାଳୟ ପରିସରରେ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏହି ଅଭିନବ ପ୍ରୟାସରେ ସେମାନଙ୍କର ପାଠପଢ଼ା ସୁନ୍ଦର ଭାବରେ ସଂପନ୍ନ ହୋଇପାରୁଥିବା ଯୋଗୁଁ  ଖୁସି ପ୍ରକାଶ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୯/୨୦୨୪----୮,୪୫ Sakhigopal News,11/9/2024

Blog Archive

Popular Posts