ମା ମାହେଶ୍ୱରୀ ସେନା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଞ୍ଚାୟତ ର ଅପାମରା କଲ୍ୟାଣ ମଣ୍ଡପ ଠାରେ "ମା ମାହେଶ୍ୱରୀ ସେନା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମା ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଶିବିରକୁ ଡୁମାଲ ପରିଷଦର ବରଗଡ ଜିଲ୍ଲା ସଭାପତି ଗଣେଶ ପ୍ରଧାନ, ଡୁମାଲ ପରିଷଦ ସଦସ୍ୟ ,ବକଟୀ କେନ୍ଦ୍ର ର ସଭାପତି ନିତ୍ୟାନନ୍ଦ ପ୍ରଧାନ, ରାଜ୍ୟ ଡୁମାଲ ପରିଷଦର ସଭ୍ୟ ସଚ୍ଚିଦାନନ୍ଦ ଛନ୍ଦ ଉଦଘାଟନ କରିଥିଲେ l ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା, ରକ୍ତଭଣ୍ଡାର ର ଡାକ୍ତର, ଟେକନିସିଏନ ଦେବାଶିଷ ମିଶ୍ର, ଲାଲୁ ବିଶ୍ବାଲ, କରୁଣାକର ସାହୁ ଓ ପ୍ରହଲ୍ଲାଦ ଭୋଇ ଙ୍କ ଦ୍ୱାରା ସଂଗୃହିତ ହୋଇଥିଲା। ଏହି ଶିବିରରେ ୬ଜଣ ମହିଳା ସମେତ ୩୭ଜଣ ପୁରୁଷ , ମୋଟ ୪୩ ଜଣ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରକୁ ମା ମାହେଶ୍ୱରୀ ସେନାର" ସମସ୍ତ ସଦସ୍ୟ,ସଦସ୍ୟା ଓ ଅପାମରା ମାହେଶ୍ୱରୀ ମନ୍ଦିରର ସେବାୟତ ଓ ସ୍ଵେଚ୍ଛାସେବୀ ମାନଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ l ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୯/୨୦୨୪-----୭,୨୦ Sakhigopal News,10/9/2024