ମାନପୁର ଠାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ମାନପୁର ପଞ୍ଚାୟତ ର ମାନପୁର ଠାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଲକ୍ଷ୍ମଣ ପାଣିଗ୍ରାହୀ ।ଏହି ଅବସରରେ ଗ୍ରାମର ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ସାମିଲ ହୋଇଥିଲେ। ଗ୍ରାମ ର ଛୋଟମାନେ ବରିଷ୍ଠ ମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ଛୋଟଛୋଟ ବାଳକ ବାଳିକା ମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ଓ ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ମଣ୍ଡଳୀ ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ଓ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଥିବା ବାଳକ, ବାଳିକା ମାନଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ ଗ୍ରାମର ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ। ପରିଶେଷରେ ଲକ୍ଷ୍ମଣ ରଂଜନ ପାଣିଗ୍ରାହୀ ଉପସ୍ଥିତ ଜନସାଧାରଣଙ୍କୁ ନୂଆଁଖାଇ ର ମହତ୍ବ ବିଷୟରେ ଅଧିକ ସୂଚନା ଓ ବିସ୍ତୃତ ଭାବରେ ଉଦବୋଧନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୯/୨୦୨୪----୭,୨୫ Sakhigopal News,10/9/2024