ସାକ୍ଷୀଗୋପାଳରେ ଶ୍ରୀରାଧା ଜନ୍ମ ମହୋତ୍ସବ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ଓ ମହୋତ୍ସବ ଉଦଗାଟିତ
ସାକ୍ଷୀଗୋପାଳ,---- ସାକ୍ଷୀଗୋପାଳରେ ଶ୍ରୀରାଧା ଜନ୍ମ ମହୋତ୍ସବ ପାଳନ ପାଇଁ ସାକ୍ଷୀଗୋପିନାଥ ସିଂହଦ୍ୱାର ନିକଟ ଏବେ ଚଳଚଞ୍ଚଳ ହୋଇ ଉଠିଛି । ସାକ୍ଷୀଗୋପାଳ ସିଂହଦ୍ୱାର ଭଜନ ସମାରୋହ କମିଟି ପକ୍ଷରୁ ତିନଦିନ ଧରି ଏହି ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ମନ୍ଦିର ସମ୍ମୁଖରେ ପଞ୍ଚ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି । ରବିବାର ଦିନ ଯଜ୍ଞର ଶାଳାଧିବାସ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଦିନ ଘଟ ସ୍ଥାପନ କରାଯାଇଥିଲା । ନାମ ସଂକୀର୍ତ୍ତନ ସହିତ ସ୍ରୋତୀୟ ବାହ୍ମଣ ମାନଙ୍କ ଦ୍ୱାରା ଅଭିମନ୍ତ୍ରିତ ଘଟ ବ୍ରତଧାରୀ ମାନେ ଯଜ୍ଞ ମଣ୍ଡପକୁ ଆଣିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ, ବକ୍ୁତା, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା । ସଂଧ୍ୟାରେ ଅତିଥି ମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶ୍ରୀରାଧା ଜନ୍ମ ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳତା ହାସଲ କରିଥବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସେବାୟତ ଆଲୋକ ଖୁଣ୍ଠିଆ ସଂଯୋଜନା କରିଥିଲେ । ବିଜୟ କୁମାର ପରିଡା, ବିକ୍ରମ କୁମାର ପାତ୍ର, ପ୍ରଫୁଲ କୁମାର ପଣ୍ଡା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୯/୨୦୨୪---୮,୨୦ Sakhigopal News, 9/9/2024