ନୟାଗଡ଼ ଜିଲ୍ଲାପାଳ ଙ୍କଠାରୁ ରିପୋର୍ଟ୍ ତଲବ କଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ
ନୟାଗଡ଼ --- ଦେଶ ସ୍ବାଧୀନତାର ୭୭ବର୍ଷ ବିତି ଯାଇଥିଲେ ମଧ୍ୟ ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ଗଡିଆସାହି ପଞ୍ଚାୟତର ଆଦିବାସି ଗାଁ ସାଧୁଆପଲି ଏବଂ ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ ସିଲିଙ୍ଗା ପଞ୍ଚାୟତ ର ଆଦି ବାସି ଗାଁ ମୁସିଗୁଡ଼ା ଓ ସଲପ ଗଣ୍ଡା ଗାଁକୁ ରାସ୍ତା , ବିଦ୍ୟୁତ, ଅଙ୍ଗନୱାଡ଼ି କେନ୍ଦ୍ର, ଆଶାକେନ୍ଦ୍ର, ଫୋନ୍ ଟାୱାର, ସ୍ୱଚ୍ଛ ଭାରତ ମିଶନ ପାଇଖାନା, ପ୍ରଧାମନ୍ତ୍ରୀଆବାସ ଆଦି ସବୁ ଥିରୁ ବଞ୍ଚିତ । ଭାରତୀୟ ବିକାଶ ପରିଷଦ ର ରାଜ୍ୟ ସଭାପତି, ସୁରେନ୍ଦ୍ର ପାଣଗ୍ରାହୀ ଏକ ଜନ ସ୍ୱାର୍ଥ ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ରୁଜ କରିଥିଲେ । ଯାହାର କେଶ ନମ୍ବର୍ ଡବ୍ଲୁ.ପି .(ସି) ୯୦୦୭.ଅଫ ୨୦୨୪ । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ପ୍ରମୁଖ ଶାସନ ସଚିବ ଶକ୍ତି ବିଭାଗ, ରାଜସ୍ବ କମିଶନର କଟକ, ଜିଲ୍ଲାପାଳ ନୟାଗଡ଼, ବିଡ଼ିଓ ଖଣ୍ଡପଡା ଏବଂ ଗଣିଆ ଙ୍କୁ ପକ୍ଷଭୁକ୍ତ କରା ଯାଇଛି ।ଉକ୍ତ ମାମଲାର ଶୁଣାଣି କରି ମାନ୍ୟବର ଚିଫ୍ ଜଷ୍ଟିସ ଚକ୍ରଧାରି ଶରଣ ସିଂ ଏବଂ ଯସ୍ଟିସ ଏମ ଏସ ରମନଙ୍କ ଖଣ୍ଡପୀଠ ଜିଲ୍ଲାପାଳ ନୟାଗଡ଼ ଗଡ଼ଙ୍କୁ ବ୍ୟକ୍ତିଗତ ଭାବେ ଭିଡିଓ କନ ଫରେନ୍ସି ମାଧ୍ୟମ ରେ ଉପସ୍ଥିତ ରହିବା ସହିତ କି ପ୍ରକାର ଉନ୍ନତି ହେଇଛି ସତ୍ୟ ପାଠ ମାଧ୍ୟମରେ ବ୍ୟକ୍ତିଗତ ଭାବେ ହାଜିରା ହେଇ ଆସନ୍ତl ତା ୫,୮,୨୪ରେ ଦାଖଲ କରିବା ପାଇଁ ନିର୍ଦେଶ ପ୍ରଦାନ କରିଥିଲେ l
ତା ୫.୮.୨୦୨୪ରିଖରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଭିଡିଓ କନଫ୍ରେନ୍ସି ମାଧ୍ୟମ ଦ୍ୱାରା ଶୁଣାଣୀ ରେ ହାଜିରା ହେଇଥିଲେ l
ମାନ୍ୟବର ମୁଖ୍ୟନ୍ୟାୟଧିସ ଶ୍ରୀ ଚକ୍ରଧର ସିଂ ଏବଂ ଜଷ୍ଟିସ ସାବିତ୍ରୀ ରଥ ଶୁଣାଣି କରି ନିମ୍ନ ମତେ ଆଦେଶ ପ୍ରଦାନ କରିଲେ - ଜିଲ୍ଲାପାଳ ନୟାଗଡ ଙ୍କ ଲିଖିତ ସ୍ଟାଟସ ରିପୋର୍ଟ ପ୍ରକାରେ ଜଣାଯାଏ ଯେ କେବଳ ଗଣିଆ ବ୍ଲକର ଦୁଇଗୋଟି ଆଦିବାସୀ ଗାଁ ଯଥା - ମୂଷିଗୁଡା ଓ ସଲପଗଣ୍ଡା ଏବଂ ଖଣ୍ଡପଡା ବ୍ଲକର ସାଧୁଆପଲ୍ଲୀ ତିନିଗୋଟି ଆଦିବାସୀ ଗାଁ କୁ ସବୁଦୁନିଆ ରାସ୍ତା, ଇଲେକଟ୍ରିସିଟି, ପିଇବା ପାଣି, ଫୋନ୍ ଟାୱାର ନାହିଁ । ସତ୍ୟ ପାଠ ମାଧ୍ୟମରେ ପ୍ରଦାନ ପାଇଁ ପ୍ରମୁଖ ଶାସନ ସଚିବ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ପ୍ରଦାନ ପାଇଁ ନିର୍ଦେଶ ଦେବାସହିତ ଜିଲ୍ଲାପାଳ ନୟାଗଡ଼ଙ୍କୁ ମଧ୍ୟ ନିର୍ଦେଶ ପ୍ରଦାନ କରିଛନ୍ତି ଯେ ସତ୍ୟ ପାଠ ମାଧ୍ୟମରେ ସମସ୍ତ ରିପୋର୍ଟ ଯୋଜନା ସମ୍ୱନ୍ଧୀୟ ପ୍ରଦାନ ପାଇଁ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୮/୨୦୨୪----୭,୪୫ Sakhigopal News,9/8/2024