Breaking News

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ମାନଙ୍କୁ ଜୁସ ଓ ବିସ୍କୁଟ ବାଣ୍ଟିଲେ କଂଗ୍ରେସ ନେତା



ସାକ୍ଷୀଗୋପାଳ, ---- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ମନୋଜ କୁମାର ରଥ ତାଙ୍କର ସହକମୀ ମାନଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କୁ ଜୁସ ଓ ବିସ୍କୁଟ ବଣ୍ଟନ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ କରାଯାଇଥିବା  ପତୀକ୍ଷାଳୟା ସିଲିଙ୍ଗ କରାଯାଇଥିବା ଫାଇଭର ଖସି ପଡିଥିଲା । ମାତ୍ର ସେଠାରେ କେହି ନଥିବାରୁ କୌଣସି ଦୁର୍ଘଟଣା ଘଟିନାହିଁ । ଏହି ଖବର ଶୁଣି ଆଜି କଂଗ୍ରେସ ନେତା ଶ୍ରୀ ରଥ ଉକ୍ତ ଖସିଥିବା ଫାଇଭର ବୁଲିକି ଦେଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ମାନଙ୍କ ସହିତ ଏ ସମ୍ପର୍କରେ ଆଲେଚନା କରିଥିଲେ । ଅନ୍ୟ ପକ୍ଷେ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ  ଡାକ୍ତର ପଦବୀ ଖାଲି ପଡିଥବା ଶୁଣି ଦୁଖି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କ ସହିତ ଆଲେଚନା କରିବେ ବୋଲି କହିଥିଲେ । ତାଙ୍କ ସହିତ ବିଶ୍ୱଜିତି ହୋତା, ହେମନ୍ତ ରାଉତ, ସୁଜିତ ମିଶ୍ର, ପ୍ରଫୁଲ ପଣ୍ଡା, ସୂର୍ଯ୍ୟ ବେହେରା, କାଳୁଚରଣ ପାଣିଙ୍‌କ ସହିତ ଅନେକ କଂମେସ କର୍ମୀ ଉପସ୍ଥିତ ରହିଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୪--୭,୧୦    Sakhigopal News, 24/8/2024

Blog Archive

Popular Posts