Breaking News

ଭେଡେନ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୫ ଅନୁଷ୍ଠିତ



ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ବରପଦର ଅଛାଣ୍ଡପାଲି  ଆଞ୍ଚଳିକ ନୋଡାଲ ହାଇ ସ୍କୁଲ, ବରପଦର ଠାରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବି .ଇ. ଓ. ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବେ ଏ. ବି. ଇ.ଓ ହେମବତି ମେହେର , ଲୁହାଖଣ୍ଡି ପଞ୍ଚାୟତର ସରପଞ୍ଚ ମୀରା ମହାକୁର , ସମିତି ସଭ୍ୟା ପଙ୍କଜିନୀ ପଶାୟତ, ପ୍ରଧାନଶିକ୍ଷକ ରିମlଧର ଭୁଏ, ରଂଜନ କୁମାର୍ ନାୟକ ଯୋଗଦେଇ ଥିଲେ l ପ୍ରଥମେ ବିଦ୍ୟାଦlୟିନୀ ମା ସରସ୍ଵତୀ, ଶ୍ରୀ ଗଣେଶ ଓ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା କରାଯାଇଥିଲା l ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ, କୁଇଜ୍ ପାଇଁ ସବ୍ ଜୁନିଅର୍ ବିଭାଗ ୮୬ ଜଣ, ଜୁନିଅର୍ ବିଭଗ ୬୧ଜଣ ଓ ସିନିଅର ବିଭାଗ  ୬୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ସବ୍ ଜୁନିଅର୍ ବିଭାଗରୁ ପ୍ରଥମ ଶ୍ରାବଣୀ ଭୋଇ, ଦ୍ବିତୀୟ ପ୍ରଜ୍ୱଲ୍ କୁମାର୍ ପଟେଲ୍, ତୃତୀୟ ଜସ୍ମିନ ବରାଡ୍,  ଜୁନିଅର ବିଭାଗରୁ ପ୍ରଥମ ରାହୁଲ ଅମାତ,ଦ୍ବିତୀୟ ଅନିଶା ଭୋଇ  ତୃତୀୟ ରୋସନ ଗୁରୁ, ସିନିୟର୍ ବିଭାଗରୁ ପ୍ରଥମ ପ୍ରତ୍ୟୁଷ ପଧାନ, ଦ୍ୱିତୀୟ ପ୍ଲାବାନି ପ୍ରଜ୍ଞାନ ପଧାନ , ତୃତୀୟ ସହସ୍ରାଂଶୁ ଛନ୍ଦ। ଅତିଥି ଗଣ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ଗାଇସିଲେଟ ଠାରେ ଅନୁଷ୍ଠିତ ହୋଇଥିବl ବରଗଡ ଜିଲ୍ଲl ସ୍ତରୀୟ ଫୁଟବଲ  ପ୍ରତିଯୋଗିତlରେ ଭେଡେନ ବ୍ଲକ୍ ଚାମ୍ପିଅନ ହୋଇଥିଲେ l ଫୁଟବଲ ଦଳର ସମସ୍ତ ଖେଳାଳି ତଥା କୋଚ୍, ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନ ଓ ଆସନ୍ତା କାଲି ଅବସର ଗ୍ରହଣ କରୁଥିବା ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅମୃତ୍ ଲାଲ୍ ସେଠ୍ ଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଉଦ୍ଘାଟନୀ, ଉଦଯାପନୀ ସଙ୍ଗୀତ  ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ  l ପ୍ରଧାନ ଶିକ୍ଷକ ରୁଦ୍ରଦେଵ ସାହୁ ଓ ଶିକ୍ଷକ ଗୋବିନ୍ଦ ସେଠ କାର୍ଯକ୍ରମ ପରିଚlଳନା ରେ ସହଯୋଗ କରିଥିଲେ l ବ୍ଲକର ସମସ୍ତ ସି. ଆର. ସି.ସି., ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ସହଯୋଗ କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ରିମାଧର ଭୂଏ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୮/୨୦୨୪---୯,୪୦ Sakhigopal News,30/8/2024

Blog Archive

Popular Posts