ସତ୍ୟବାଦୀ ବିଧାୟକ ଜନ୍ମ ଦିନରେ ଉପହାର ଭାବେ ଦେଲେ ସାଇକେଲ
ସାକ୍ଷୀଗୋପାଳ,----- ନିର୍ବାଚନ ସମୟରେ କଥା ଦେଇ କଥା ରଖିବା ପରେ ଏବେ ପୁଣି ଚର୍ଚ୍ଚାରେ ସତ୍ୟବାଦୀ ର ବିଧାୟକ ଓମ ପ୍ରକାଶ ମିଶ୍ର। ଚଳିତ ନିର୍ବାଚନରେ ଯେତେବେଳେ ଘରକୁ ଘର ବୁଲୁଥିଲେ ସେତେବେଳେ ବୀରରାମଚନ୍ଦ୍ର ପଞ୍ଚାୟତ ୧୫ନଂ ୱାର୍ଡ ମହାବଳପଡା ଗ୍ରାମର ନୀଳକଣ୍ଠ ମଲିକ କହିଥିଲେ ତାଙ୍କର ଗୋଟେ ସାଇକେଲ ଦରକାର ବୋଲି ନିବେଦନ କରିଥିଲେ। ଆଜି ସେକଥା ବାସ୍ତବ ରୂପ ନେଇଛି।ଆଜି ବିଧାୟକ ଙ୍କ ଜନ୍ମ ଦିନ ହେଇଥିବାରୁ ସେ ନିଜେ ତାଙ୍କୁ ଏକ ସାଇକେଲ ପ୍ରଦାନ କରିଛନ୍ତି। ସାଇକେଲ ପାଇବା ପରେ ଶ୍ରୀ ନୀଳକଣ୍ଠ ବହୁତ ଖୁସି ହୋଇଛନ୍ତି । ବହୁଦିନ ର ସ୍ୱପ୍ନ ଆଜି ପୂରଣ କରିଛନ୍ତି ବିଧାୟକ ବୋଲି ନୀଳକଣ୍ଠ କହିଛନ୍ତି । ସାଇକେଲ ବଣ୍ଟନ ସମୟରେ ପଞ୍ଚାୟତ ସଭାପତି ପ୍ରଭାକର ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ ଶଙ୍କର୍ଷଣ ପ୍ରଧାନ, ହରପ୍ରସାଦ ରଥ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୮/୨୦୨୪----୯,୪୫ Sakhigopal News,19/8/2024