ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ
ସାକ୍ଷୀଗୋପାଳ--- ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳଗୁମ ସ୍ଥିତ ଜନାର୍ଦ୍ଦନ ପାଠାଗାର ପକ୍ଷରୁ ବଉଳ ଚାରା ରୋପଣ କରାଯାଇଛି । ବିଶେଷ କରି ବୃକ୍ଷ ରୋପଣ ସମୟରେ ନିଜ ନିଜ ନାମରେ ବୃକ୍ଷ ରୋପଣ କରିବା ସହ ଉକ୍ତ ଚାରାର ଦାୟତ୍ୱ ନେଇ ଗଛକୁ ବଞ୍ଚାଇବା ପାଇଁ ଶପଥ ନେଇଥବା ଜଣାପଡିଛି । ଅଳଗୁମ ମେଡିକାଲ ପରିସରରେ ଖାଲି ପଡିଥିବା ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ଗୋଟି ବଉଳ ଚାରା ରୋପଣ କରାଯାଇଛି । ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର ଓ ବ୍ଳକ ପ୍ରୋଗାମ ମ୍ୟାନେଜର ଜ୍ୟୋତିରଞ୍ଜନ ଶତପଥି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ବୃକ୍ଷର ଯନ୍ô ନେବା ପାଇଁ ଶପଥ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡା. ଦେବାଶିଷ କାନୁନଗୋ, ଜୁନିୟର ଆସିଷ୍ଟାଣ୍ଡ ସତ୍ୟନାରାୟଣ ଦାସ, ବ୍ଳକ ଆକଉଣ୍ଟ ମ୍ୟାନେଜର ଶୁଶାନ୍ତ କୁମାର ସାହୁ, ଓ ଫାମାସିଷ୍ଟ ଜୁଲ୍ଲାରାମ ମୁର୍ମ୍ମୁ ଜନା ର୍ଦ୍ଦନ ପାଠଗାରର ସମ୍ପାଦକ ପ୍ରଶାନ୍ତ କୁମାର ବିଶ୍ୱାଳ , ଧିରଞ୍ଜନ ବିଶ୍ୱାଳ ନାଏବ ସରପଞ୍ଚ, ବକୁଳବନ ମହୋସôବ କମିଟିର ସମ୍ପାଦକ ଯଯାତି କେଶରୀ ରାୟ, କୁବେର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଡ. ଯୋଗନ୍ଦେ ୍ରନାୟକ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ସୁଚନାଯୋଗ୍ୟ ଯେ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବଉଳକାଠର ଆବଶ୍ୟକତା ରହିଛି । ଏହା ପୁଣି ସାକ୍ଷୀଗୋପାଳରୁ ଯିବାର ପରମ୍ପରା ଜଗନ୍ନାଥ ସଂସ୍କୃତିରେ ରହିଛି । ଆଗରୁ ବକୁଳବନରେ ବହୁ ପରିମାଣର ବଉଳ ଗଛ ଥବାରୁ କାଠର ଅଭାବ ପରିଲକ୍ଷିତ ହେଉନଥିଲା । ବନ୍ୟା ଓ ବାତ୍ୟାରେ ଗଛ ଭାଙ୍ଗିଯିବାସହ ବଉଳ ଗଛ ଲୋପ ହୋଇଯିବାରୁ ଏବେ ବିଭିନ୍ନ ସ୍ଥାନରୁ ବଉଳ ଗଛ ଠାବ କରାଯାଇ ପୁରୀ ପଠାଯାଉଛି । ଏହାକୁ ଲକ୍ଷ୍ୟ କରି ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ବଉଳ ବୃକ୍ଷର ଚାର ରୋପଣ କରାଯାଉଛି ବୋଲି ବକୁଳବନ ମହୋତ୍ସବ କମିଟିର ସମ୍ପାଦକ ଶ୍ରୀ ରାୟଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୮/୨୦୨୪---୮,୧୦ Sakhigopal News, 20/8/2024