Breaking News

ଗାଲେରି କଲେଜ ରେ ଜାତୀୟ କ୍ରୀଡା ଦିବସ ପାଳନ

 
 ଭଞ୍ଜନଗର--ଶନିବାର ଗାଲେରୀ  ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଭାରତ ର ଜାତୀୟ କ୍ରୀଡା ହକି ର କିମ୍ବଦନ୍ତୀ  ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ ପାଳନ ପାଇଁ ଅଗଷ୍ଟ 26 ତାରିଖ ଠାରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଏହାକୁ ସାକାର କରିବାକୁ ଯାଇ ଆଜି ଅଗଷ୍ଟ 31 ତାରିଖ ଦିନ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କ ପୌରୋହିତ୍ୟ ରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ଛାତ୍ର ଛାତ୍ରୀମାନେ ଓ ଉପସ୍ଥିତ ସମସ୍ତ ଅତିଥି, କର୍ମଚାରୀ ମାନେ ହକି ତାରକା ଧ୍ୟାନଚାନ୍ଦଙ୍କ ସମ୍ପର୍କରେ, ହକି ଓ ଅନ୍ୟାନ୍ୟ ବିଭିନ୍ନ କ୍ରୀଡା ସମ୍ପର୍କରେ ଓ କ୍ରୀଡା ର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବରୁପାକ୍ଷ, ଶୟନ, ଶ୍ରୀକାନ୍ତ, ସଙ୍ଗୀତା, ପବିତ୍ର, ଅଞ୍ଜଳି, ସୁଚିମ୍ମିତା ଆଦି ପରିଚାଳନା ରେ ସହଯୋଗ କରିଥିଲେ। ଛାତ୍ରୀ ରୂପାଲି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଉପସ୍ଥିତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ସାଧୁବାଦ ଜଣାଇ ଥିଲେ। ଏହା ପରେ ଛାତ୍ର ମାନଙ୍କ ମଧ୍ୟରେ ଭଲିବଲ୍ ଓ ଛାତ୍ରୀ ମାନଙ୍କ ମଧ୍ୟରେ ବ୍ୟଟ୍ ମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୮/୨୦୨୪----୭,୨୦ Sakhigopal News,31/8/2024

Blog Archive

Popular Posts