ବନ୍ଦ କାର ମଧ୍ୟରୁ ଅବସରପ୍ରାପ୍ତ ଯବାନଙ୍କ ମୃତ ଦେହ ଉଦ୍ଧାର
ଜଟଣୀ : -ପୌରାଞ୍ଚଳ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଥିବା ଆରଆଇ ଅଫିସ ନିକଟରେ ସ୍ଥିର ଅବସ୍ଥାରେ ଥିବା ଏକ ମାରୁତି ଅଲ୍ଟୋ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ବାଛରାପାଟଣା ଅଞ୍ଚଳର ସତୀଶ କୁମାର ମହାନ୍ତି (୪୭) । ସେ ଜଣେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ବୋଲି ଶୁଣିବାକୁ ମିଳିଛି l ସୂଚନା ମୁତାବକ ଏହି ଗଳିରେ ଦୀର୍ଘସମୟ ଧରି ଗାଡ଼ିଟି ବନ୍ଦ ଅବସ୍ଥାରେ ରହିଥିବା ବେଳେ ତନ୍ମଧ୍ୟରେ ସେ ବେକ ନୁଆଇଁ ସିଟ୍ ରେ ବସି ରହିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଉପସ୍ଥିତିରେ କାର୍ ର କବାଟ କାଚ ଭଙ୍ଗାଯାଇ ତାଙ୍କ ମୃତ ଶରୀରକୁ ବାହାରକୁ ଅଣାଯାଇଥିଲା l ତେବେ ତାଙ୍କ ମୃତ୍ୟୁ ବରଣର କାରଣ ଅସ୍ପଷ୍ଟ ରହିଛି l ପୋଲିସ ମୂର୍ତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଥାନାରେ ଏକ ଅପମୁର୍ତ୍ୟୁ ମାମଲା କେସ ନଂ ୨୬ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୮/୨୦୨୪----୮,୪୫ Sakhigopal News,17/8/2024