Breaking News

ସତ୍ୟବାଦୀରେ ଭାରତ ବନ୍ଦ ସଫଳ ; ତିନିଘଣ୍ଟା ଚକଅଖ ଯାମ



ସାକ୍ଷୀଗୋପାଳ,----୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଳକ ଛକ ସମ୍ମୁଖରେ ଅନୁସୂଚିତ ଜାତି ଜନଜାତି କିୟାନୁଷ୍ଠାନ କମିଟିର ଆହ୍ୱନକ୍ରମେ ପୁରୀ ଜିଲ୍ଲାର ଜନଜାତି ଓ ଅନୁସୂଚିତଜାତି ର ସଭାପତି କାଳୁ ଚରଣ କାଣ୍ଡିଙ୍କ ନେତ୍ୱତୃରେ ଶତାଧିକ ଯୁବକ ମାନେ ସକାଳ ୭ଟା ଠାରୁ ୧୦,୨୦  ପର୍ଯ୍ୟନ୍ତ ଅଖଚକ ବନ୍ଦ କର ରାସ୍ତା ଉପରେ ବ୍ୟାନର ଟାଣି ରାସ୍ତାରୋକ କରିଥିଷଲ  । ଏପରିକି ଜରୁରୀ କାଳୀନ ସେବା ଓ ଛୋଟ ପିଲାଥିବା ଗାଡିକୁ  ଆନ୍ଦୋଳନ କାରୀ ମାନେ ଅଟକାଇନଥିଲେ । ସେମାନେ ସେମାନଙ୍କର ହକ ପାଇଁ ଏହି ରାସ୍ତାରୋକ କରିବାକୁ ପଡିଛି ବୋଲି ଶ୍ରୀ କାଣ୍ଡି କହିଥିଲେ । ସର୍ବୋଚ୍ଚ ନ୍ୟାୟଳକଙ୍‌କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତବର୍ଗ ଜାତିଓ ଜନଜାତିର ସାମ୍ବିଧାନିକ ଭାଗୀଦାରାସଂରକ୍ଷଣକୁ ସମାପ୍ତକରିବା ଷଡଯନ୍ତ୍ର ବିରୋଧରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ବୋଲି ଶ୍ରୀ କାଣ୍ଡି ପ୍ରଥପାନ୍ତ ସଭାରେ ମତ ପ୍ରକାଶ କରିଥିଲେ । ପୁରୀ-ଭୁବନେଶ୍ୱର ଓଭୁବନେଶ୍ୱର-ପୁରୀ ଉଭୟ ରାସ୍ତାରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡି ମଟର ଗୁଡିକ ଲମ୍ବାଧାଡିରେ ଠିଆ ହୋଇ ରହିଥିଲେ । ଯାହାକି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସତ୍ୟବାଦୀ ଥାନା ଆଇଆଇସି ଉମେଶଚନ୍ଦ୍ର ସାହୁ ଏହି ଆନ୍ଦୋଳନର ନେତୃତ୍ୱ ନେଉଥବା କାଳୁ ଚରଣ କାଣ୍ଡିଙ୍କ ସହିତ ଆଲେଚନା କରିବା ପରେ ୧୦,୨୦ ମିନିଟିରେ ରାସ୍ତାରୋକ ହଟିଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୪---୬,୧୦   Sakhigopal News, 21/8/2024

Blog Archive

Popular Posts