Breaking News

ସତ୍ୟବାଦୀ ମଣ୍ଡଳୀ ସ୍ତରୀୟ ବିଦ୍ୟାଳୟ ସମୂହ ହ୍ୟାଣ୍ଡବଲ, ଚେସ ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକରେ ଥିବା ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ହ୍ୟାଣ୍ଡବଲ, ଚେସ ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଖେଳକୁ ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ଅନୁଷ୍ଠିତ ସଭାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦାଶ, ବ୍ଳକ ନୋଡାଲ ଅଧିକାରୀ ଉମାକାନ୍ତ ମିଶ୍ର, ବ୍ଳକ କ୍ରୀଡା ସଂଘର ସମ୍ପାଦକ ସୁଚିତ୍ର ଖଟୋଇ ଓ ଯୋଗ ଗୁରୁ ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ କ୍ରୀଡା ହେଉଛି ଶରୀରର ସହିତ ଜଡିତ ବୋଲି ଅତିଥି ମାନେ କହିଥିଲେ । କ୍ରୀଡା ଶିକ୍ଷକ ଦାମଦର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବ୍ଳକର ୨୫ ଗୋଟି ବିଦ୍ୟାଳୟର ୧୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଚେସରେ ଜୁନିୟର ବିଭାଗରେ ୫ଜଣ ଓ ସିନିୟର ବିଭାଗରେ ୫ଜଣ, ସେହିପରି ଯୋଗରେ ୫ଜଣ ଜୁନିୟର ଓ ସିନିୟର ବିଭାଗରେ ୫ଜଣଙ୍କୁ ଜିଲ୍ଲା ସ୍ତରରେ ଭାଗ ନେବାକୁ ମନୋନୀତ କରାଯାଇଛି । ହ୍ୟାଣ୍ଡବଲରେ ବିଭିନ୍ନ ବିଦ୍ୟାଳୟରୁ ବଛା ବଛା ୧୨ ଜଣ ବାଳକଙ୍କୁ ମନୋନୀତ କରାଯାଇଛି । କ୍ରୀଡା ଶିକ୍ଷକ ସୁରେଶ ସ୍ୱାଇଁ, ଦାମଦର ମିଶ୍ର, ଲକ୍ଷ୍ମୀଧର ମହାନ୍ତି, ଅରଜିତ ଗିରି, ସଂଗ୍ରାମ କେଶରୀ ମହାନ୍ତି ହ୍ୟାଣ୍ଡବଲ ଖେଳ ପରିଚାଳନା କରିଥିବା ବେଳେ ଯୋଗକୁ ମୌସୁମି ଦାଶ, ଲିଙ୍ଗରାଜ ସାହୁ, ଜୟଶ୍ରୀ ପଣ୍ଡା, ସତ୍ୟନାରାୟଣ ଦାସ ଓ ଯୋଗଗୁରୁ ପ୍ରଶାନ୍ତ ବିଶ୍ୱାଳ ଯୋଗ ଶିବିର ପରିଚାଳନା କରିଥିବା ବେଳେ ଚେସ ଗେମକୁ ବିପିନି ବିହାରୀ ପ୍ରଧାନ, ଅମ୍ବିକା ମଲିକ ଓ ଚିନ୍ମୟୀ ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ ବୋଲି ଶ୍ରୀ ଖଟୋଇଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୮/୨୦୨୪---୭,୨୫ Sakhigopal News, 28/8/2024

Blog Archive

Popular Posts