ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଗଲା ; ୧୧ଗୋଟି ପରିବାରର ୧୫ ବଖରା ଘର ପୋଡି ପାଉଁଶ
ସାକ୍ଷୀଗୋପାଳ,---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତର ଆଳିସ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହେବା ସହ ୧୧ଟି ପରିବାରର ପନ୍ଦର ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଜ ଜୀବନ ରକ୍ଷା କରିବା ଛଡା ଘରୁ କିଛି ଜିନିଷ ପତ୍ର କାଡିବା କଷ୍ଟକର ହୋଇପଡିଥିଲା । ଘରୁ ଗାଇ ମାନଙ୍କୁ କାଡିବା ସମୟରେ ୪ଗୋଟି ଗାଇ ନିଆଁ ତାଙ୍କ ଉପରେ ପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ୧୦ ଗୋଟି ସାଇକେଲ ପୋଡିଯିବା ସହ ୪ ଗୋଟି ମଟର ସାଇକେଲ ପୋଡି ଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଗୁଣନିଧି ବିଶ୍ୱାଳ, କଂଗ୍ରେସ ବିଶ୍ୱାଳ, ସତ୍ୟଭାମା ବିଶ୍ୱାଳ, ଗଗନ ବିଶ୍ୱାଳ, ମହେନ୍ଦ୍ର ବେହେରା, ପଠାଣି ବେହେରା, ଗୋଲକ ବେହେରା, ଅଲେଖ ବେହେରା, ଅମିନ ବେହେରା, କମିନା ବେହେରା, ଚନ୍ଦ୍ରମଣି ସାହୁ ଙ୍କ ସହ ପ୍ରସନ୍ନ ସାହୁଙ୍କର ଘର ପୋଡିଯାଇଥିବା ଜଣାପଡିଛି । ଗୁଣନିଥି, ମହେନ୍ଦ୍ର ଗୋଲକଙ୍କର ଗାଇ ମାନେ ନିଆଁ ପଡି ଗୁରୁତର ଆହତ ହୋଇଛନ୍ତି । ସେହିପରି ଅଭିମନ୍ୟୁ ବିଶ୍ୱାଳ ତାଙ୍କ ମଟର ସାଇକେଲ ଅମିନ ବିଶ୍ୱାଳଙ୍କ ଘର ପାଖରେ ଥୋଇଥିବା ବେଳେ ନିଆଁ ଲାଗି ପୋଡିଯାଇଛି । ସେହିପରି ପଠାଣି ବେହେରାଙ୍କ ପୁଅ ପିଣ୍ଟୁ ବେହେରାଙ୍କ ମଟର ସାଇକେଲ , ଗୋଲକଙ୍କ ମଟର ସାଇକେଲ ଓ ମହେନ୍ଦ୍ର ବେହେରାଙ୍କ ପୁଅ କାଳିଆ ବେହେରାଙ୍କ ମଟର ସାଇକେଲ ଏହି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିାକଣ୍ଡରେ ଧାନ, ଚାଉଳ, ବିରି, ମୁଗ ଫିଜି, ଟିଭି ବାସନ କୁସନ, ଟଙ୍କା ପଇସା ସହ ଜରୁରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସତ୍ୟବାଦୀର ମନୋଜ କୁମାର ପାତ୍ର ସଦଳବଳେ ଦୁଇଟି ଗାଡି ନେଇ ନିଆଁକୁ ଆୟତ କରିଥିଲେ । ଖବରପାଇ ଘଟଣା ସ୍ଥଳରେ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପ୍ରାଥମିକ ଆକଳନ କରି ସମସ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରଙ୍କ ଗାଇଡି ଲାଇନ ଅନୁସାରେ ପଲିଥିନି ଯୋଗାଇ ଦେଇଛନ୍ତି । ସେହିପରି ସତ୍ୟବାଦୀ ବିଡିଓ ଲିପିସା ରାୟ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ସୁରଥ ଚନ୍ଦ୍ର ସେଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷେ , ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ପଲିଥିନ, ଶୁଖିଲା ଖାଦ୍ୟ ଦେବା ସହ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ କହିଛନ୍ତି । ସେହିପରି ସତ୍ୟବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ , ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଅଗ୍ନଇବଇପନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସାହାଯ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।କଂଗ୍ରେସ ନେତା ମନୋଜ କୁମାର ରଥ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ଓଛତା ପ୍ରଦାନ କରିଥିଲେ । ପୂର୍ବତନ ସତ୍ୟବାଦୀ ବିଧାୟକ ରମା ରଂଜନ ବଳିୟାରସିଂ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ଶୁଖଲା ଖାଦ୍ୟ ପ୍ରଦାନ କରିଥିଲେ । ସେହିପରି ସମାଜର ରିଲିଫ କମିଟିର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କୁ ସମାଜର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଜଣାଇବା ପରେ ତୁରନ୍ତ ସମାଜ ଖବର କାଗଜର ରିଲିଫ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ଓ ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ଦୁଇ ହଜାର ଟଙ୍କା ଶାଡି ପ୍ରଦାନ କରିଥିଲେ । ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୨୭/୮/୨୦୨୪---୭,୧୦ Sakhigopal News,27/8/2024