Breaking News

ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ


ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ସ୍ଥିତ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ରେ  ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ର  ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ  ସଂଜୀବ କୁମାର ପ୍ରଧାନ ଉଦଘାଟନ କରିଥିଲେ।ଏହି ବିଜ୍ଞାନ ମେଳା କୁ ସଂକ୍ରୀଡା କ୍ଳଷ୍ଟର ସଂଯୋଜକ  ବିଶ୍ୱଜିତ ମହାପାତ୍ର, ଥୁଆପାଲି ସରକାରୀ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ  ପ୍ରତାପ କେଶରୀ ବହିଦାର, ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ କେନ୍ଦ୍ପାଲି ର ପ୍ରଧାନ ଆଚାର୍ଯ୍ୟ  ଆଶିଷ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଲୁପୁରସିଂହା ର ବିଜ୍ଞାନ ଶିକ୍ଷକ  ଯଶୋବନ୍ତ ଖୁଣ୍ଟୁଲି, ସମସ୍ତେ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକ ର ମୂଲ୍ୟାୟନ କାର୍ଯ୍ୟ ତୁଲାଇଥିଲେ।ଉକ୍ତ ମେଳାରେ ରେ ବରିଷ୍ଠ ବିଭାଗ ରୁ ୧୯ ଟି, ଜୁନିଅର ବିଭାଗ ରୁ୨୮ଟି ଓ ସବ୍ ଜୁନିଅର ବିଭାଗ ରୁ୪୦ଟି ପ୍ରକଳ୍ପ ମୋଟ୍ ୮୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ବିଜ୍ଞାନ ମେଳା ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଥୁଆପାଲି ର ପ୍ରଧାନ ଆଚାର୍ଯ୍ୟ  ଲତାଗିରି ନଈ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ତଥା କମିଟିର କର୍ମକର୍ତ୍ତା  ଓ ଅଭିଭାବକ /ଅଭିଭାବିକା ମାନେ ପରିଚାଳନା ସହଯୋଗ କରିଥିଲେ । ବିଜ୍ଞାନ ମେଳା ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି  ମାନେ ପୁରସ୍କାର ପ୍ରଦାନ କରିଥିଲେ।  ସିନିଅର ବିଭାଗ ରେ ରାକ୍ଷୀ ମେହେର, ଆଦ୍ୟାଶା ଛନ୍ଦ, ଶୁଭଶ୍ରୀ ପାଢ଼ୀ,  ଜୁନିଅର ବିଭାଗ ରେ ପରୀପର୍ଵିନ, ସୌମ୍ୟରଞ୍ଜନ ବନଛୋର, କମଳ କର, ଏବଂ ସବ୍ ଜୁନିଅର ବିଭାଗ ରେ ସାଇନା ମେହେର, ବିଜୟଲକ୍ଷ୍ମୀ ମେହେର ଓ ସୌମ୍ୟରଞ୍ଜନ ମାହାର ପୁରସ୍କୃତ ହୋଇଥିଲେ । ପରିଶେଷରେ  ଆଚାର୍ଯ୍ୟ ଶ୍ରୀ ନାରାୟଣ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୮/୨୦୨୪---୧୦,୩୫ Sakhigopal News,26/8/2024

Blog Archive

Popular Posts