Breaking News

ମା ଯାହାର ସାହା ପୁସ୍ତକ ଉନ୍ମୋଚନ ସହ କବିତା ପାଠ ଉତ୍ସବ



ସାକ୍ଷୀଗୋପାଳ,--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର ପ୍ରଥମ ଖଣ୍ଡିର ଅବସରପ୍ରାପ୍ତ ଶିକ୍ଷକ ବିଭୁତି ଭୂଷଣ ହୋତାଙ୍କ ବାସଭବନରେ ମା ଯାହାର ସାହା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନଚଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ , ଲେଖକ ରବୀନ୍ଦ୍ର ନାଥ ଷଡଙ୍ଗୀ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଜ୍ୟେତିବିର୍ଦି  ତଥା ଓଡିଆ ସଂସ୍କୁତି ଗବେଷକ ଦେବୀ ପ୍ରସାଦ ମହାପାତ୍ର, ଅବସର ପ୍ରାପ୍ତ ପ୍ରଫେସର ବୃନ୍ଦାବନ ରଥ, ଅବସର ପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଦାଶ, ସମାଜସେବୀ ପ୍ରଫୁଲ ମିଶ୍ର, ହୃଷିକେସ ମହାପାତ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିବା ସହ କବିତା ହେଉଛି ମଣିଷର ଏକ ଅଙ୍ଗ କହିଲେ ଅତୁକ୍ତ୍ୟ ହେବ ନାହିଁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ଜ୍ୟେତିବିର୍ଦ ଶ୍ରୀ ମହାପାତ୍ର କହିଥିଷଲ ଏପରି କୌଣସିବ୍ୟକ୍ତି ନାହାନ୍ତି ଯିଏକି କବିତା ବା ଗୀତ ନ ଗାଇଛି । ନିଜ ମନ ଖୁସିରେ ହେଉ ବା ଦୁଖଃରେ ହେଉ ତା ପାଟିରୁ ଆପେ ଆପେ କବିତା ଝରିପଡେ । ଏହି ଅବସରରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତିଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ମଦ୍ଧିତ କରାଯାଇଥିଲା ।  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୁଜତା ଦେବୀ ଓ ଅଭୟ ଚରଣ ସାହୁ, ।  ବିଶାଖା ଦେବୀ, ବନ୍ଦନା ମହାପାତ୍ର, ଗାନ୍ଧୀବାଦୀ ଅନାମ ମଲିକ, ସୁନନ୍ଦା ମହାନ୍ତି, ବିଜୟ କୁମାର ପରିଡା, କୃପାନିଧି ପ୍ରଧାନ, ଲକ୍ଷ୍ମୀଧର ପାଣି, ବିଜୟ କୁମାର ପରିଡା  ପ୍ରମୁଖ ୩୦ରୁ ଅଧିକ କବି କବୟତୟୀ ସ୍ୱରଚିତ କବିତା ପାଠ କରିଥିଲେ । ଆୟୋଜକ ଥିରେ ବିଭୂତି ଭୂଷଣ ହୋତା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୪----୮.୫୫   Sakhigopal News, 18/8/2024

Blog Archive

Popular Posts