Breaking News

ରନ୍ଧାମଦ ଜବତ, ୮ ଗିରଫ



ଭଞ୍ଜନଗର---ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ରବିବାର ଅଞ୍ଚଳରେ ଥିବା କୁଲାଡ ,ବାରୁଡା, ମସାବାଡି, ଗୁଜୁରାଳି, ଗୁଡିପଲ୍ଲୀ, ବ୍ରହୁାଣପଦର ଓକପାକେନ୍ଦୁ ଏସବୁ ଗ୍ରାମରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯାଇ ୪୮୦ଶହ ଲିଟର ରନ୍ଧାମଦ ଜବତ କରାଯିବା ସହ ପ୍ରାୟ ୫୯୦୦ ହଜାର
 ଲିଟର ପୋଚ ନ ନଷ୍ଟ କରାଯାଇଛି । ଏହି କାରବାରରେ ୮ଜଣଙ୍କୁ ଗିରଫ କରାଯାଇ ଯାଇଛି । ୮ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ ସୂଚନା ଦେଇଛନ୍ତି I ଜିଲାରେ ମଦମୃତ୍ଯୁ ଘଟଣା ପରେ ଭଞ୍ଜନଗର ଅବକାରୀ ବିଭାଗ ଏସବୁ ଗ୍ରାମରେ ଚଢ଼ାଉ କରିଥିଲେ ।ଏହି ଚଢାଉ ରେ ଅବକାରୀ ଉପ ନିରୀକ୍ଷକ ଅଜିତ୍ କୁମାର ନାୟକ,ଭଞ୍ଜନଗର ଅବକାରୀ  ନିରୀକ୍ଷକ ଡମ୍ବୁରୁଧର ହରିଜନ,ଭଞ୍ଜନଗର ଅବକାରୀ ଉପନିରୀକ୍ଷକ ଅଲିଭା ମାଝି , ଏଏସଆଇ ଭୁବନୀ ବେହେରା, ସନାତନ ନାହାକ, କୃଷ୍ଣଚନ୍ଦ୍ର ସେଠୀ,ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ଓଏଏସଆଇ ନିରଞ୍ଜନ ବେହେରା ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୮/୨୦୨୪-- --୯,୩୫ Sakhigopal News,26/8/2024

Blog Archive

Popular Posts