ଛେଳି ମାଂସ ଅପେକ୍ଷା ଜଙ୍ଗଲୀ ଜନ୍ତୁ ମାଂସର ଚାହିଦା ବେଶୀ
ଭଞ୍ଜନଗର-- - ଶ୍ରାବଣ ମାସ ସାଙ୍ଗକୁ ସୋମବାର ରେ ପଡ଼ିଲା ଗହ୍ମା ପୂର୍ଣ୍ଣିମା । ବିଶେଷ କରି ଅଧିକାଂଶ ଲୋକେ, ଗହ୍ମା ପୂର୍ଣ୍ଣିମା ରେ ଆମିଷ ଖାଦ୍ୟ ଖୋଜି ଥାନ୍ତି । ଯାହା ହେଲେ ବି ବଜାରରୁ ମଟନ୍ , ଚିକେନ କିମ୍ବା ମାଛ କିଣି ନେଇଥାନ୍ତି । ଚଳିତବର୍ଷ କିନ୍ତୁ ସେତେଟା ଖୋଜା ପଡିଲାନି । ପରଦିନ ଅର୍ଥାତ ମଙ୍ଗଳବାର ଦିନ ବଜାରରେ ମଟନ୍ ଚାହିଦା ବେଶୀ ରହିଥିଲା । ଏହାର ସୁଯୋଗରେ କେତେକ ସ୍ଥାନରେ ଜଙ୍ଗଲି ଜନ୍ତୁଙ୍କୁ ଶିକାର କରି, ତା'ର ମାଂସ କୁ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଥିଲା । ସୂଚନା ପ୍ରକାରେ ମୁଜାଗଡ ଫରେଷ୍ଟ ସେକ୍ସନ୍ ର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବନ୍ୟଜନ୍ତୁ ଶିକାର ମାଂସ ବିକ୍ରୀ ହେଉଥିବା ଜଣାପଡିଛି । ବଜାରରେ ମଟନ୍ ର ଚଢା ଦାମ୍ ଅପେକ୍ଷା, କମ୍ ମୂଲ୍ୟରେ ବିକ୍ରି ହେଉଥିଲା ବନ୍ୟଜନ୍ତୁ ଶିକାର ମାଂସ । କିଛି ପେଶାଦାର ଶିକାରୀ, ବନ୍ୟଜନ୍ତୁଙ୍କୁ ଶିକାର କରିଥିଲେ । ଏବଂ ତାହାକୁ ଅତି ସତର୍କତାର ସହ, ଗୋପନୀୟ ସ୍ଥାନରେ ବିକ୍ରି କରୁଥିଲେ । ଲୋକେ ବି ସୁବିଧା ରେ ମାଂସ ପାଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜୀବି ଏବେ ସନ୍ଦେହ କରିଛନ୍ତି, ବନ୍ୟଜନ୍ତୁ ଶିକାର ହେଲା ଏବଂ ତାକୁ ବିକ୍ରି କରାଗଲା । ଏବିଷୟରେ ସ୍ଥାନୀୟ ବନବିଭାଗ ସେକ୍ସନ୍ ଅଧିକାରୀ ଜାଣି ପାରିଲେ ନାହିଁ କେମିତି । ଅନ୍ୟ ପକ୍ଷରେ ଏହା ବି ଆଲୋଚନା ହେଉଛି । ବନ୍ୟଜନ୍ତୁ ଶିକାର ପରେ ସଂପୃକ୍ତ ବାବୁ ମାନଙ୍କ ଘରକୁ ମଧ୍ୟ ମାଂସ ପୁଡିଆ ଦେଇଛନ୍ତି , ଶିକାରୀ ମାନେ ବୋଲି ଜଣାପଡିଛି। ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନବିଭାଗ ବହୁ କାର୍ଯ୍ୟକ୍ରମ ହାତକୁ ନେଉଛି । ଲୋକଙ୍କୁ ସଚେତନ କରାଉଛି । ଯେଉଁମାନେ ବନ୍ୟଜନ୍ତୁ ଙ୍କୁ ଶିକାର କରୁଛନ୍ତି , ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି । ତେବେ ସଂପୃକ୍ତ ଦିନରେ, ବନ୍ୟଜନ୍ତୁ ଶିକାର ଏବଂ ମାଂସ ବିକ୍ରୀ କରିବା ଘଟଣା ସ୍ଥାନୀୟ ଅଧିକାରୀ ଓ କର୍ମଚାରୀ ମାନେ ଜାଣି ପାରିଲେ ନାହିଁ କେମିତି । ନା' ସବୁ ଜାଣି ମଧ୍ୟ, ବନ୍ୟଜନ୍ତୁ ମାଂସ ଭାଗ ପାଇଲା ପରେ ବାବୁ ମାନେ ଜାଣିଶୁଣି ନୀରବ ରହିଗଲେ । ଏକଥା ଚର୍ଚ୍ଚା ହେବାପରେ, ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ଯେ, ବିଭାଗୀୟ ଉଚ୍ଚ କତୃପକ୍ଷ ଏ ସଂକ୍ରାନ୍ତରେ ଅନୁସଂଧାନ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ବୋଲି ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି। ତା' ନହେଲେ ବନ୍ୟଜନ୍ତୁ ସୁରକ୍ଷା ଏବଂ ସଚେତନତା ଏକ ପ୍ରହସନ ରେ ପରିଣତ ହୋଇଯିବ । ନଚେତ ଆଗକୁ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାର ଆଶଙ୍କାକୁ, ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୮/୨୦୨୪---୮,୩୫ Sakhigopal News,22/8/2024