Breaking News

ପୋଖରୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ୮୮ ବର୍ଷ ବୃଦ୍ଧଙ୍କ ମୃତ



 ନୟାଗଡ଼ - କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ  ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ରଣପୁର ଗ୍ରାମର ଚରଣ ବିଶ୍ବାଳ ବୟସ( ୮୮ ) । ନିଜର ଝିଅ ନିରୁପମା ସ୍ବାଇଁଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ  ଏକଚାଳିଆ ସାହି କୁ ଗତ  ଶନିବାର ଦିନ‌ ବୁଲିବାକୁ ଆସିଥିଲେ ।  ଖଣ୍ଡପଡ଼ା କଚେରୀ ନିକଟରେ ଥିବା ମହେନ୍ଦ୍ର ସାଗର ପୋଖରୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ପୋଖରୀର ପାହାଚରେ ପାଦ ଖସି ଯିବାରୁ ପାଣିରେ  ବୁଡିଯାଇଥିଲେ । ପୋଖରୀ ପାଣିରେ ଦଳ ଥିବାରୁ ବାହାରି ପାରି ନଥିଲେ ।ସ୍ଥାନୀୟ ଲୋକ ଦେଖି ନିରୁପମା ସ୍ବାଇଁଙ୍କ ପରିବାର କୁ ଖବର ଦେଇଥିଲେ।ସଙ୍ଗେ ସଙ୍ଗେ ନିରୁପମା ଙ୍କ ସ୍ବାମୀ ସୁନୁ ସ୍ବାଇଁ ସେଠାରେ ପହଞ୍ଚି ନିଜ ଶଶୁର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଚରଣଙ୍କୁ ମୃତ ବୋଲି ଘୋଷଣା କରିଥିବାର ଜଣାଯାଇଛି । ବାଙ୍କୀ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୮/୨୦୨୪-----୧୦,୧୫ Sakhigopal News,20/8/2024

Blog Archive

Popular Posts