ଭଞ୍ଜନଗର ସାମ୍ବାଦିକଙ୍କ ପିତୃ ବିୟୋଗ
ଭଞ୍ଜନଗର -- ଭଞ୍ଜନଗର ଅଞ୍ଚଳର ଯୁବ ସାମ୍ବାଦିକ ଦୁଷ୍ମନ୍ତ ପ୍ରଧାନ ଙ୍କ ପିତୃ ଭକ୍ତ ରାମ ପ୍ରଧାନ ଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।ଭକ୍ତ ରାମ ଜଣେ ମେଳାପୀ ଓ ପରୋପକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ।ସେ ବିଭିନ୍ନ ମଠ ମନ୍ଦିର ରେ ସେବା କାର୍ଯ୍ୟ ଓ ପୁଜା ଅର୍ଚ୍ଚନା କରୁଥିଲେ ।ବୃକ୍ଷ ରୋପଣ, ଗୋ ପୂଜନ ଭଳି ଅନେକ ଧାମ୍ରିକ କାର୍ଯ୍ୟ କରି ଆସୁଥିଲେ।ଗତ କାଲି ତାଙ୍କର ମୁଣ୍ଡରେ ଆଘାତ ହେବାଯୋଗୁଁ ପ୍ରଥମେ ଭଞ୍ଜନଗର ତାପରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ବାଉଁଶ ଲୁଣ୍ଡି ସ୍ଥିତ ନିଜ ବାସ ଭବନ କୁ ଅଣାଯାଇ ଥିଲା । ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପୁଅ ଦୁଷ୍ମନ୍ତ, ତିନି ଝିଅ ସୁପ୍ରଭା, ମନପ୍ରଭା,ପ୍ରମିଳା ,ନାତି ନାତୁଣୀ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ତାଙ୍କୁ ଶେଷ ଦର୍ଶନ ନିମନ୍ତେ ଭଞ୍ଜନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ ଙ୍କ ସହ ବହୁ ସଭ୍ୟ, ମା ସୋରାଦେବୀ ଖବରକାଗଜ ସଘଂ ବହୁ ସଦସ୍ଯ ଶେଷ ଦର୍ଶନ କରିଥିଲେ। ବହୁ ମାନ୍ୟଗଣ ବ୍ୟକ୍ତି ସମେତ ଗ୍ରାମ ବାସୀ ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୮/୨୦୨୪----୮,୫୦ Sakhigopal News,27/8/2024