ଡାକ୍ତର ମୌମିତା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦରେ ବିଜେପିର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଜଟଣୀ :--କୋଲକାତା ରେ ଘଟିଥିବା ଡାକ୍ତର ମୌମିତା ଦେବନାଥ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ର ତୀବ୍ର ଏବଂ ଦୃଢ଼ ପ୍ରତିବାଦ କରାଯାଇଛି । ଜଟଣୀ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ ଏବଂ ଜଟଣୀ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନାଗଭୂଷଣ ରାୟ ଙ୍କ ନେତୃତ୍ୱ ରେ ଜଟଣୀ ହରିଭାଇନା ଛକ ଠାରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏବଂ ଦିବଂଗତ ଡାକ୍ତର ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ ଙ୍କ ତତ୍ୱାବଧାନ ରେ ଚିତ୍ତରଞ୍ଜନ ସୁନ୍ଦରାୟ, କବି ପାଇକରାୟ, ପ୍ରଶାନ୍ତ ବରାଳ, ଲଷ୍ମୀପ୍ରିୟା ନାୟକ, ଯୋଗେନ୍ଦ୍ର ନାୟକ, କାନ୍ହୁ ବାରିକ, ରଙ୍କ ମୁଦୁଲି ସମେତ ଅନେକ ବିଜେପି କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ l