ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଓ ଛାତ୍ର ନିବନ୍ଧ ପ୍ରତିଯୋଗିତା
ବରଗଡ଼ --- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଓ ଛାତ୍ର ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ମିଶ୍ରଙ୍କ ଅଧ୍ୟକ୍ଷତା କରିବା ସହ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂକୁଳ ସଂଯୋଜକ ଆଚାର୍ଯ୍ୟ ଅଶ୍ବିନୀ କୁମାର ବାରିକ ପ୍ରଦୀପ ପ୍ରଜ୍ଜଳନ, ପୂଜାର୍ଚ୍ଚନା କରି ସମସ୍ତଙ୍କ ଶୁଭକାମନା କରିଥିଲେ। ଗତ ବୈଠକର ବିବରଣୀ ପଠନ ଓ ଆଗାମୀ ମାସର ଯୋଜନା, ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା। ସଂକୁଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ନିବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଚାର୍ଯ୍ୟ ଭୋଜରାଜ ଦୁଆନ, ନରେନ୍ଦ୍ର କୁମାର ରଣା, ସୁବ୍ରତ କୁମାର ଶତପଥୀ, ସନ୍ତୋଷ ପଶାୟତ,ଶ୍ରୀବତ୍ସ ସାହୁ, କ୍ଷୀରେନ୍ଦ୍ର ରଣା ଓ ମନମୋହନ ମେଣ୍ଡଲୀ ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ସେବିକା ମାନେ ସହଯୋଗ କରିଥିଲେ।ପରିଶେଷରେ ଆଚାର୍ଯ୍ୟ ମୁକୁନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୮/୨୦୨୪---୬,୪୦ Sakhigopal News,29/8/2024