Breaking News

ଆୟୁଷମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

 


ସାକ୍ଷୀଗୋପାଳ, ---- ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ ତତ୍ୱବଧାନରେ ଡାକ୍ତର ବାସନ୍‌ତୀ ଦେବୀ, ଡାକ୍ତର ଶ୍ରୀକାନ୍ତ ନାୟକ, ଡ. ପୁନମ ବେହେରା ଓ ବ୍ଳକ ପ୍ରୋଗାମ ମ୍ୟାନେଜର  ଜ୍ୟୋତିରଜଂନ ଶତପଥି, ବ୍ଳକ ଆକାଉଣ୍ଟ ମ୍ୟାନେଜର ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା , ଶିଶୁ ମାନଙ୍କର ବିଭିନ୍ନ ପରୀକ୍ଷା ନୀରିକ୍ଷା କରିବା ସହ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା । ଯାହାକି ଯୋଗ କରିବା ଦ୍ୱାରା ସମସ୍ତ ରୋଗରୁ ରକ୍ଷା ପାଇ ପାରିବା ବୋଲି ଡ. ମିଶ୍ର କହିଥିଲେ । ପରେ ପରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଜନାର୍ଦ୍ଧନ ପାଠଗାର ପକ୍ଷରୁ ଯୋଗ ଶିବିର ଆୟୋଜନ କରାଯାଇଥିଲା । 

ସାକ୍ଷୀୋପାଳରୁ ଧୀରେନ୍ଦ୍ର ସେନାପତି, ୨୭-/୮/୨୦୨୪---୭,୧୦ Sakhigopal News,27/8/2024

Blog Archive

Popular Posts