Breaking News

ଶିଶୁ ଶିକ୍ଷାସଦନ ବିଦ୍ୟାଳୟରେ ସମ୍ଭାବନା ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ



ଜଟଣୀ : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ମହତାବ ନଗର ଠାରେ ଅବସ୍ଥିତ ଶିଶୁ ଶିକ୍ଷାସଦନ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଧାରରେ ବନ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ବଉଳ, ଜାମୁ ଭଳି ଗଛଚାରା ରୋପଣ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ  ପ୍ରାରମ୍ଭରୁ ଵୃକ୍ଷରୋପଣ ହୋଇଆସୁଥିବା ବେଳେ ଚଳିତ ବର୍ଷର ବନ ମହୋତ୍ସବ ମାଧ୍ୟମରେ ବୃକ୍ଷ ରୋପଣର ମହତ ଉଦ୍ଧେଶ୍ୟ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଦ୍ୟାଳୟ ପରିସରରେ ଵୃକ୍ଷରୋପଣ କରାଯାଇଥିଲା। ଏଥି ସହିତ ଆୟୋଜିତ ସଭାରେ ବନ ମହୋତ୍ସବର ଆବଶ୍ୟକତା ଏବଂ ଜଙ୍ଗଲ ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହ କାର୍ଯ୍ୟକ୍ରମରେ ପୂର୍ଣ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗଦେଇ ବୃକ୍ଷ ଚାରା ରୋପଣ କରିବା ସହିତ ପରିବେଶ ସୁରକ୍ଷା  ଉପରେ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ସଭାପତି ସନ୍ତୋଷ କୁମାର ହୋତା, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ ଓ ଶରତ କୁମାର ରେଡି, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ସ୍ମିତା ପଟ୍ଟନାୟକ, ଉପସଭାପତି ଦିଲୀପ ସିଂ, ପ୍ରଶାନ୍ତ କୁମାର ସାହୁ, ପରେଶ ପଟ୍ଟନାୟକ, ଅବଦୁଲ ସତ୍ତାର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ପ୍ରେସ୍ କ୍ଲବ୍ ସଭାପତି ରଙ୍ଗନାଥ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା  ଖ୍ୟାତନାମା କ୍ରୀଡ଼ା ପ୍ରଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହ ଓ ଯୁବ ସଂଗଠକ ପ୍ରଶାନ୍ତ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ ମୌସୁମୀ ବର୍ଷା ପରଠାରୁ ବିଭିନ୍ନ ସ୍ଥାନରେ ହୋଇଆସିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ କରି ଆସିଥିବା ସହଯୋଗକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ  ରିପୋର୍ଟ,୧୭/୮/୨୦୨୪----୮,୪୫ Sakhigopal News,17/8/2024

Blog Archive

Popular Posts