Breaking News

ନିଶାମୁକ୍ତ ସମାଜ ଓ ସବୁଜ ପୃଥିବୀ ଉପରେ ଆଲୋଚନା ଚକ୍ର

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଚକ୍ରଧରପୁର ସରକାରୀ ଊଚ୍ଚ ବିଦ୍ୟାଳୟରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ଆନୁକୂଲ୍ୟରେ ନିଶାମୁକ୍ତ ସମାଜ ଓ ସବୁଜ ପୃଥିବୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶାଖାର ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର ଏହି ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିଲେ ।  ଶାଖାର ସମ୍ପାଦକ ନବଘନ ସତପଥୀ ସଂଯୋଜନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ସକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଏକ  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।  ପ୍ରାରମ୍ଭରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀମତୀ ମନସ୍ବିନୀ ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ନିଶାର ଶରୀର ଉପରେ ପ୍ରଭାବ ସମ୍ପର୍କରେ କହିଥିଲେ ।  ଅତିଥି ମାନଙ୍କ ମଧ୍ୟରେ ପ୍ରଫେସର ଡ଼ଃ ସୁବାଷ ଚନ୍ଦ୍ର ମିଶ୍ର, ଡ଼ଃ ବସନ୍ତ କୁମାର ମିଶ୍ର, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାଶ ଓ ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାଶ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜେର ସୁଧାକର ମହାପାତ୍ର ଓ ସୁନାକର ପତି ଯୋଗ ଦେଇ ସମାଜରେ ନିଶାର ଭୟାବହତା ଉପରେ ମତ ପ୍ରକାଶ କରିଥଲେ। ଯୁବ ପିଢ଼ିର ଅଧିକାଂଶ ଭାଗ ଏବେ ନିଶା ଦ୍ୱାରା କବଳିତ ହୋଇ ସମାଜକୁ ପଙ୍ଗୁ କରିସାରିଲେଣି ବୋଲି ଅତିଥିମାନେ କହିବାସହ  ଜଳବାୟୁର ପରିବର୍ତ୍ତନ ଓ ପୃଥିବୀର ତାପମାତ୍ରା ବୃଦ୍ଧି ଏବଂ ତଦଜନିତ ରୋଗ ସବୁର ବୃଦ୍ଧିଓ ପ୍ରାଣୀ ଜଗତ ପାଇଁ ବୃକ୍ଷ ର ଅବଦାନ ସମ୍ପର୍କରେ  ଆଲୋଚନା କରିଥିଲେ । ଶାଖାର ଅର୍ଥ ସଚିବ ବିଜୟ କୁମାର ପରିଡ଼ା ପିଲାମାନଙ୍କ ମଧ୍ୟରେ ଏକ ଜଣା ଅଜଣା ପ୍ରତିଯୋଗିତା କରାଇ ଅତିଥି ମାନଙ୍କଦ୍ୱାରା ପୁରସ୍କାର ବିତ୍ତରଣ କରାଇଥିଲେ । ପିଲାମାନେ ଭବିଷ୍ୟତରେ ନିଶା କବଳରେ ନ ପଡିବାପାଇଁ ଏବଂ ଏକ ନିଶା ମୁକ୍ତ ସମାଜ ଗଠନ ବୃକ୍ଷ ରୋପଣ ପାଇଁ ସଂକଳ୍ପ ନେଇଥିଲେ ।  ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ରାୟଚକ୍ରଧରପୁର ଗ୍ରାମ ପର୍ଯ୍ୟନ୍ତ ନଦୀ ବନ୍ଧର ଉଭୟ ପାର୍ଶ୍ୱରେ ନିମ୍ବ ଗଛ ଲଗାଯାଇଥିଲା ।  କାର୍ଯ୍ୟକ୍ରମର ଶେଷରେ ସଂଗଠନ ସମ୍ପାଦକ ସୁନୀଲ ବେହେରା  ଧନ୍ୟଵାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ଶ୍ରୀମତୀ ସୁହାସିନୀ ମିଶ୍ର, କୁମୁଦିନୀ ମିଶ୍ର, ବାସନ୍ତୀ ମିଶ୍ର, ଅନ୍ନଦା ସୁଆର, ଦିଗନ୍ତ କୁମାର ପତି,  ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ଗଣ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୮/୨୦୨୪----୮,୫୫ Sakhigopal News,22/8/2024

Blog Archive

Popular Posts