Breaking News

ଗଙ୍ଗା ଶ୍ରାଦ୍ଧରେ ରକ୍ତଦାନ ଶିବିର, ୪୧ୟୁନିଟ ରକ୍ତ ସଂଗୃହୀତ





ବରଗଡ଼ --- ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାର ଗ୍ରାମରେ ସ୍ୱର୍ଗତ ଖଲି ବିଶିଙ୍କ ଗଙ୍ଗା ଶ୍ରାଦ୍ଧ ଅବସରରେ ଉକ୍ତ ପରିବାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ସ୍ୱର୍ଗତ ବିଶି ଙ୍କ ବଡ ପୁଅ ଡାକ୍ତର କ୍ଷିରୋଦ୍ର ବିଶି ଫିତା କାଟି ଶୁଭାରମ୍ଭ କରିଥିଲେ।ସ୍ୱର୍ଗତ ବିଶି ଙ୍କ ଦୁଇ ପୁଅ ଡାକ୍ତର କ୍ଷିରୋଦ୍ର ବିଶି ଓ ବିଶ୍ଵାମିତ୍ର ବିଶି (ପିଣ୍ଟୁ) ପ୍ରଥମେ ନିଜ ମାଆ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ରକ୍ତ ଦାନ କରିଥିଲେ । ପରେ ପରିବାର ବର୍ଗ ସହଯୋଗୀ, ଶୁଭେଛୁ ସ୍ଵେଚ୍ଛାକୃତ ଭାବ ରେ ରକ୍ତ ଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରରେ ବିଶିଷ୍ଟ ଡାକ୍ତର ଅଶ୍ୱିନୀ ଭୋଇ ଓ ହାସ୍ୟ କବି କିଶୋର କୁମାର ସାହୁ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ଗଙ୍ଗା ଶ୍ରାଦ୍ଧ ଅବସରରେ ରକ୍ତ ଦାନ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ।  ବର୍ତ୍ତମାନ ରକ୍ତାଭାବ କୁ ଦୂର କରିବା ପାଇଁ ଆଜି ସଂଗୃହୀତ ରକ୍ତ ଅନେକ ରୋଗୀ ଙ୍କୁ ନୂଆ ଜୀବନ ଦେବ ବୋଲି ଉଭୟେ ପ୍ରଶଂସା କରିଥିଲେ।ଏହି ଅବସରରେ ସ୍ୱର୍ଗତ ଖଲି ବିଶି ଙ୍କ ସ୍ମୃତିରେ ଏକ ବହି "ମାଟିର ମହକ" ଉନ୍ମୋଚନ ହୋଇଥିଲା।  ରକ୍ତ ଦାନ ଶିବିର ଆୟୋଜନ ପାଇଁ ବିଶି ପରିବାର କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ରକ୍ତ ଦାନ ଶିବିର କୁ ନିଷ୍ଠା ପରିବାର  ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ଜୟନ୍ତ ପ୍ରଧାନ,ବିଦ୍ୟାଧର ଭୋଇ,ଝସ ସାହୁ,ଚିତ୍ର ପ୍ରଧାନ, ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ,ସଙ୍କେତ ଆଠଘରା ପ୍ରମୁଖ ପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୮/୨୦୨୪----୮,୨୫ Sakhigopal News,17/8/2024

Blog Archive

Popular Posts