Breaking News

ପାଳିତ ହେଲା ଜାତୀୟ ମହାକାଶ ଦିବସ- ଚନ୍ଦ୍ର ର ସ୍ପର୍ଶ ହିଁ ଜୀବନର ସ୍ପର୍ଶ

 
ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ  ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଅଛି ।  କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଲରମ୍ଭା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ବିନୟ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରବିନ୍ଦ୍ର କୁମାର ନାଏକ  ଯୋଗଦେଇଥିଲେ । ମହାଜାଗତିକ ଯାନ ଜୀବନ ଉପରେ ଆଲୋଚନା କରିଥିଲେ।  ଲରମ୍ଭା କଲେଜର ଛାତ୍ର  ଧର୍ମେନ୍ଦ୍ର ବେହେରାଙ୍କ  ଚନ୍ଦ୍ରଯାନ-୩ ର ସଫଳ ରୂପାୟନ ପାଇଁ  ସହଯୋଗ ସହ ମହାକାଶ  ପାଇଁ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ  ଉପରେ ଆଲୋକପାତ କରାଯାଇଥିଲା । ଏଥିସହ ଭାରତର ଐତିହାସିକ ଓ  ଆଧୁନିକ ଗବେଷଣାର ଜ୍ଞାନକୈାଶଳ ଶ୍ରାବ୍ୟଦୃଶ୍ୟ ମାଧ୍ୟମରେ ପ୍ରଦର୍ଶିତ  କରାଯାଇଥିଲା।ପରେ ଅଧ୍ୟାପକ ମୁକେଶ ଧାନୁକା ଡଃ ସୁବଳ ରଂଜନ ସାହୁ ଓ ସତ୍ୟବ୍ରତ କର୍ଣ୍ଣ ଙ୍କ ତତ୍ତ୍ବାବଧାନରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ  ଅଧ୍ୟାପକ ହେମନ୍ତ ପ୍ରଧାନ, ଅଧ୍ୟାପିକା ରୁଚିତା ମାଝି ରହିଥିଲେ । ଗଗନ, ପ୍ରଜ୍ଞାନ  ଓ ବିକ୍ରମ ଦଳକୁ ବିଜେତା ଘୋଷଣା କରିଥିଲେ । ଏଥି ସହ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଅଛି ।  ଶେଷରେ ଅଧ୍ୟାପିକା ଚାନ୍ଦିନୀ ସା ଧନ୍ୟବାଦ ଦେଇଥିବା ବେଳେ ବିଦେଶୀ ଛନ୍ଦ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୮/୨୦୨୪---୮,୪୫ Sakhigopal News,24/8/2024

Blog Archive

Popular Posts