Breaking News

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ

 

ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଗୁରୁମା ପମି ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପଦ୍ମଲୋଚନ ପଟେଲ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ସମୟରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଆକାଶବାଣୀ କଳାକାର ପର୍ଶୁରାମ ପାତ୍ର ପ୍ରଦୀପ ପ୍ରଜ୍ବଳନ କରି, ଶ୍ରୀକୃଷ୍ଣଙ୍କ ପ୍ରତିଛବି ନିକଟରେ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀମତୀ ଅଂଜଳି ସାହୁ ଯୋଗଦେଇ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ ବିଷୟରେ ଅଧିକ ସୂଚନା ଓ ବିସ୍ତୃତ ଭାବରେ ବର୍ଣ୍ଣନା କରି ଶିଶୁ ଭାଇଭଉଣୀ ମାନଙ୍କୁ ବୁଝାଇ ଥିଲେ। ଶିଶୁ ଭଉଣୀ ମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ରାଧା, ଗୋପୀ, ଗୋପାଳ ବେଶରେ ସଜ୍ଜିତ ହୋଇ ରେମଣ୍ଡା ଗ୍ରାମ ପରିକ୍ରମା କରି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଗ୍ରାମବାସୀ ଶ୍ରୀକୃଷ୍ଣ, ରାଧା, ଗୋପୀ, ଗୋପାଳ ବେଶଧାରୀ ମାନଙ୍କୁ ପୂଜାର୍ଚ୍ଚନା କରି ସମର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ଠାରେ ଦହିହାଣ୍ଡି ଭଙ୍ଗା ଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ,ଅଭିଭାବିକା ମାନେ ପରିଚାଳନା ସହଯୋଗ କରିଥିଲେ। ପରିଶେଷରେ ପରିଚାଳନା ସମିତିର ସମ୍ପାଦକ କିଶୋର ଚନ୍ଦ୍ର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିଶୁ ଭାଇ ଭଉଣୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୮/୨୦୨୪---୯,୪୫ Sakhigopal News,26/8/2024

Blog Archive

Popular Posts