Breaking News

ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି

 
ଜଟଣୀ,--- ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ଆଲୋଚନା କରାଯାଇଥିଲା ।  ବୈଠକରେ ଶ୍ରୀମତୀ କସ୍ତୁରିବାଳା ଜେନା,  ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଖୋର୍ଦ୍ଧା ଅଧ୍ୟକ୍ଷତା କରିଥିଲେ । ବୈଠକରେ ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଅଧ୍ଯକ୍ଷା, ଜଟଣୀପଞ୍ଚାଯତ ସମିତି, ଜ୍ୟୋଶ୍ନାମୟୀ ରାଉତ, MGNREGS ସଂଯୋଜକ, ଜିଲ୍ଲା ପରିଷଦ ଖୋର୍ଦ୍ଧା, ପ୍ରଦୋଷକୁମାର ମହାରଣା, ଜିଲ୍ଲା ସାମାଜିକ ସମୀକ୍ଷକ, ଜିଲ୍ଲା ପରିଷଦ ଖୋର୍ଦ୍ଧା ,ଶ୍ରୀମତି ରଶ୍ମିତା ନାଥ, ମଣ୍ଡଳ ଉନ୍ନୟନ ଅଧିକାରୀ, ଜଟଣୀ ବ୍ଲକ ସମେତ ଜିଲ୍ଲା ଏବଂ ପଞ୍ଚାୟତ ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତଥିଲେ ।ଏହି ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକ୍ରମରେ ୨୦୨୪-୨୫ଆର୍ଥିକ ବର୍ଷରେ ୫୪୭ ଜଣ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇ ୧୧ ହଜାର ୧ ସହ ୮୨ ଗୋଟି ଶ୍ରମଦିବସ ସୃଷ୍ଟି ହୋଇଅଛି ।  ଗୋଟିଏ ପରିବାର ୧୦୦ ଦିନ କାର୍ଯ୍ୟ ସମ୍ପୂର୍ଣ କରି ଅଛନ୍ତି । ସଂକ୍ଷେପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମଧ୍ଯରେ ପଞ୍ଚାୟତରେ ୫୯୧ ଟିପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିମଧ୍ୟରୁ ମୋଟ ୧୩୭ ଟି ପ୍ରକଳ୍ପ ଅଦ୍ୟାବଧୂ ଶେଷ ହୋଇଥିଲା ।ଅବଶିଷ୍ଟ ୪୫୪ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି । ଶ୍ରୀମତୀ କସ୍ତୁରିବାଳା ଜେନା, ମୁଖ୍ୟ ଉନ୍ନୟନଅଧ୍ୟାକାରୀ ଜିଲ୍ଲା ପରିଷଦ ଖୋର୍ଦ୍ଧା ଆଗାମୀ ଦିନରେ କିପରି ଅଧ୍ଵରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇପାରିବ ସମସ୍ତଙ୍କୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୮/୨୦୨୪----୮,୪୫ Sakhigopal News,22/8/2024

Blog Archive

Popular Posts