Breaking News

ସାମୁହିକ ଔଷଧ ସେବନ କାର୍ଯ୍ୟରେ କାର୍ଡ ସ୍ୱେଚ୍ଛାସେବୀ



ଭଞ୍ଜନଗର---
ସାମୂହିକ ଔଷଧ ସେବନ କାର୍ଯ୍ୟରେ ସାମାଜିକ ଅନୁଷ୍ଠାନ କାର୍ଡ ସ୍ୱେଚ୍ଛାସେବୀ ମାନେ ନିଯୋଜିତ ରହି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାଇଲେରିଆ ଦୂରୀକରଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ସାମୁହିକ ଔଷଧ ସେବନ କାର୍ଯ୍ୟ ଗତ ଅଗଷ୍ଟ ୨୨ ତାରିଖରେ ସମାପ୍ତ ହୋଇଛି । ବର୍ତ୍ତମାନ ଫାଇଲେରିଆ ରୋଗୀଙ୍କ ତଥ୍ୟ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟବିଭାଗ ଏବଂ କାର୍ଡ ଅନୁଷ୍ଠାନ ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀ କାର୍ଯ୍ୟ ଜାରି ରଖିଛନ୍ତି । ଜିଲ୍ଲାର ୧୯ ଗୋଟି ବ୍ଲକରେ କାର୍ଯ୍ୟ ଚାଲିଥିବା ବେଳେ ଜଗନ୍ନାଥପ୍ରସାଦ,ବେଲଗୁଣ୍ଠା ବ୍ଲକ ଓ ଏନଏସି ଅଞ୍ଚଳରେ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଲୋକଙ୍କୁ ଫାଇଲେରିଆ ରୋଗର କାରଣ ଓ ନିରାକରଣ ପାଇଁ ରହିଥିବା ବିଭିନ୍ନ ଦିଗ ଉପରେ ବୁଝାଇବା ସହିତ ଏହାକୁ ଦୂରୀକରଣ ପାଇଁ ସରକାରଙ୍କ ଦ୍ୱାରା ଜାରି ରହିଥିବା ସାମୁହିକ ଔଷଧ ସେବନ ମହତ୍ୱ ସମ୍ପର୍କରେ କହିଥିଲେ । .କାର୍ଡ ଅନୁଷ୍ଠାନର ତତ୍ୱାବଧାନରେ ସହଯୋଗୀ ସଂସ୍ଥା ନିଗମାନନ୍ଦ ଏଜୁକେସନ ସେଣ୍ଟର ସମ୍ପାଦକ ସତ୍ୟନାରାୟଣ ମିଶ୍ରଙ୍କ ସମେତ ଶିବରାମ ରାଉତ,ଅକ୍ଷୟ କୁମାର ନାୟକ,ସୁବ୍ରତ କୁମାର ଭୂୟାଁ,ରାହୁଲ ବେହେରା,ଆଶିଷ କୁମାର ସ୍ୱାଇଁ,ରବୀନ୍ଦ୍ର ମହାରଣା,ତୃପ୍ତିମୟୀ ଦଳବେହେରା,ଟ୍ୱିଙ୍କିଲ ସିଂ,ମାଣିକ ଖାଡେଙ୍ଗା ପ୍ରମୁଖ ସ୍ୱେଚ୍ଛାସେବୀ ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟ କରୁଥିଲେ ।ଏହିଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଡ ଏବଂ ଏନଇସି ଅନୁଷ୍ଠାନକୁ ପ୍ରଂଶସା କରାଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୮/୨୦୨୪---୭,୫୦ Sakhigopal News,28/8/2024

Blog Archive

Popular Posts