ସତ୍ୟବାଦୀ ବିଧାୟକ ଙ୍କୁ ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ଭେଟି ସେମାନଙ୍କର ଦୁଃଖ ଜଣାଇଲା
ସାକ୍ଷୀଗୋପାଳ --- ସାକ୍ଷୀଗୋପାଳରେ ପ୍ରସ୍ତାବିତ ରେଳ ଓଭର ବ୍ରିଜ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ଏକ ଚିଠି ସର୍ବସାଧାରଣ ରେ ଲଗାଯାଇଥିଲା । ଏଥିରେ ପ୍ରସ୍ତାବିତ ରେଳ ଓଭର ବ୍ରିଜ ବାବଦରେ ଚାରି ମାସ ତଳେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣି ପୂର୍ଵ ସରକାର ଏକ ତରବରିଆ ଭାବରେ କରିଥିବା ବ୍ୟବସାୟୀ ଙ୍କୁ ନଜଣାଇ କାର୍ଯ୍ୟକ୍ରମ କରିଥିବାରୁ ତାହାକୁ ବିରୋଧ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ନୂଆ ସରକାର ଆସିବା ପରେ ଜିଲ୍ଲାପାଳ ହଟାତ ଜିଲ୍ଲା ନିର୍ବାହୀ ଅଫିସର ମାନଙ୍କୁ ଏବଂ ସ୍ଥାନୀୟ ପେଣ୍ଠପଡା ଓ ଜୟପୁର ସରପଞ୍ଚ ଙ୍କୁ ଡାକି ବୈଠକ କରିଥିଲେ । କିନ୍ତୁ ବ୍ୟବସାୟୀ ସଂଘ କୁ ଡକାଯାଇଥିଲା । ଏକ ହଜାର ବ୍ୟବସାୟୀ ପରିବାର ଙ୍କୁ ଉପେକ୍ଷା କରାଯାଉଛି ବୋଲି ବ୍ୟବସାୟୀ ମାନେ ଅସନ୍ତୁଷ୍ଟ ହୋଇ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଆଲୋଚନା କରିଥିଲେ । ବିଧାୟକ ସମସ୍ତ କଥାକୁ ଗୁରୁତର ସହିତ ଗ୍ରହଣ କରି ବ୍ୟବସାୟୀ ମାନଙ୍କୁ ଥଇଥାନ ନକରାଯାଇ ପ୍ରକଳ୍ପ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି କହିଛନ୍ତି । ବିଧାୟକ ଙ୍କ କଥାଶୁଣିବା ପରେ ବ୍ୟବସାୟୀ ମାନେ ଟିକେ ଆଶ୍ବସ୍ତି ହୋଇଛନ୍ତି। ବ୍ୟବସାୟୀ ସଂଘ ପକ୍ଷରୁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୮/୨୦୨୪----୮,୩୫ Sakhigopal News,24/8/2024