ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ଅଗ୍ନିବିପନ୍ନ ପରିବାରଙ୍କୁ ସହଯୋଗର ହାତ ବଡାଇଲା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତର ଆଳିସ ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ଗୋଟି ପରିବାରର ୧୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ୧୩ଗୋଟି ପରିବାରଙ୍କୁ ରାସନ ସାମଗ୍ରୀ ସହିତ ଧୋତି, ଲୁଙ୍ଗି, ଗାମୁଛା, ଶାଢ଼ୀ ପ୍ରଦାନ କରାଯାଇଛି । ସେହିପରି ସତ୍ୟଭାମା ବିଶ୍ୱାଳ ଓ କଂଗ୍ରେସ ବିଶ୍ୱାଳଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବିଶେଷ କରି ଭାରତ ବିକାଶ ପରିଷଦର ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାଶଙ୍କ ତତ୍ୱବଧାନରେ ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନବଘନ ଶତପଥି ସମ୍ପାଦକ, ବିଜୟ କୁମାର ପରିଡା କୋଷାଧ୍ୟକ୍ଷ, ସୁନୀଲ କୁମାର ବେହେରା କାର୍ଯ୍ୟକାରୀ ସମ୍ପାଦକ ସହିତ ବିଷ୍ଣୁ ମହାରଣା, ବହ୍ମା ମହାରଣା,ପ୍ରଫୁଲ ପଣ୍ଡା, ଦେବରାଜ ନାୟକ, ସୂର୍ଯ୍ୟକାନ୍ତ ପାଇକରାୟ, ମନରଞ୍ଜନ ଦଳାଇ, ରୀତା ତ୍ରିପାଠୀ, ବିଭୂ ମହାପାତ୍ର, ସୁଧାକର ମହାପାତ୍ର ଓ ପୂର୍ବପ୍ରା୍ତର ମିଡିଆ ସେଲର ସଂଯୋଜକ ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ଗ୍ରାମର କାମିନା ବିଶ୍ୱାଳ ଓ ଅକ୍ଷୟ ମହାପାତ୍ର ସହଯୋଗ କରିଥିଷଲ । ଏବେ ଏହି ଅଗ୍ନିବିପନ୍ନ ପରିବାରଙ୍କୁ ବିଭିନ୍ନ ରାଜନୈତିକ ଦଳ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହଯୋଗର ହାତ ବଡାଇଛନ୍ତି । ମାତ୍ର କଂଗ୍ରେସର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସହଯୋଗ କରିବା ସହ ଘର ପୋଡି ଠାରୁ ବିପତ୍ତି ଆଉ କିଛି ନାହିଁ ବୋଲି କହିଥôଲ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୪---୭,୧୦ Sakhigopal News, 31/8/2024