Breaking News

ମା" ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ "ଜନ୍ମାଷ୍ଟମୀ "ଉତ୍ସବ ପାଳିତ

 

ଡେଲାଙ୍ଗ -- ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡ଼ା ପଞ୍ଚାୟତର ବରପଦା ଗ୍ରାମରେ ଅବସ୍ଥିତ "ମା'ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର "ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ' ଉତ୍ସବ ପାଳିତ ହୋଇଯାଇଛି l  ଜନ୍ମାଷ୍ଟମୀ ଉତ୍ସବ ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଶିଶୁମାନେ ପ୍ରଭୁ ଶ୍ରୀକୃଷ୍ଣ, ରାଧା, ଗୋପୀ, ନନ୍ଦରଜା, ଗୋପାଳ, ବଳରାମ, ପ୍ରଭୁତି ଅଭିନୟର ଚରିତ୍ର ବେଶ ଧାରଣ କରି ବିଦ୍ୟାଳୟରେ ଉପସ୍ଥିତ ହୋଇଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଏବଂ ଗୁରୁମା ମାନେ ଶିଶୁ ମାନଙ୍କୁ "ଜନ୍ମାଷ୍ଟମୀ "ପର୍ବ ବିଷୟରେ ସମ୍ୟକ ଅବିଭାଷଣ ମାଧ୍ୟମରେ ବୁଝାଇଥିଲେ l ବିଦ୍ୟାଳୟରେ ବାଳ ଶ୍ରୀକୃଷ୍ଣଙ୍କ ପୂଜା କରାଯାଇ ଶିଶୁ ମାନଙ୍କୁ ପ୍ରସାଦ ବଣ୍ଟନ ହୋଉଥିଲା l ଶେଷରେ ଶିଶୁ ମାନେ ନିକଟସ୍ଥ "ରାଧାକୃଷ୍ଣ "ମନ୍ଦିର ଯାଇ ପ୍ରଭୁଙ୍କୁ ଆରାଧନା କରି ଆଶ୍ରିବାଦ ଲାଭ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୮/୨୦୨୪---୯,୩୫ Sakhigopal News,26/8/2024

Blog Archive

Popular Posts