କୋଣାର୍କ ଏନଏସିରେ ନିଖିଳ ଭାରତ ସ୍ୱାୟ ଶାସନ ଦିବସ ପାଳିତ
କୋଣାର୍କ -କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ପ୍ରଭାତ ଫେରି କରିବା ସହ ରାମଧୂନ ଗାନକରି ନଗର ପରିକ୍ରମା କରିଥିଲେ । ଏହି ଅବସରରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ନିଖିଲ ଭାରତ ସ୍ୱାୟ ଶାସନ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥିଭାବେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ପୌରାଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱତପଦ୍ମା ଧଳ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ପରିଷଦର ସମସ୍ତ କାଉନସିଲର ଯୋଗଦେଇ ପରିଷଦର ସ୍ୱାୟତ୍ତଶାସନ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ । କୋଣାର୍କ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ସ୍ୱାଗତ ଭାଷଣରେ ପରିଷଦର ସଫଳତା ଏବଂ ଆଗାମୀ ଦିନର ପରିକଳ୍ପନା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଅଧ୍ୟକ୍ଷା ସୁଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପରିଷଦ ପକ୍ଷରୁ ଏନଏସିର ସଫେଇ କର୍ମଚାରୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ ବଣ୍ଟନ କରାଯିବା ସହ ପରିଷଦର କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ଏକ ସମ୍ମିଳନ କକ୍ଷ ଓ ପରିଷଦ ଅନ୍ତର୍ଗତ ବାଣପଦା ଗ୍ରାମରେ ପ୍ରମୋଦ ଉଦ୍ୟାନକୁ ଉଦଘାଟନ କରିଥିଲେ । ଏତଦବ୍ୟତିତ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଓ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସମ୍ମୁଖରେ ବସିଥିବା ଅସହାୟ ବ୍ୟକ୍ତିଙ୍କୁ ଫଲ ବଣ୍ଟନ କରାଯାଇଥିଲା । ଏହି କାଯ୍ୟକ୍ରମରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସ୍ୱଛସାଥି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନଏସିର ପ୍ରକାଶ ଲେଙ୍କା, ଭାଗ୍ୟଧର ବରାଳ, ରଞ୍ଜନ ଜେନା, ଶୁଭଲକ୍ଷ୍ମୀ ହୋତାଙ୍କ ସମେତ ପରିଷଦର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ ମଲିକଙ୍କ ରିର୍ପୋଟ, ୩୧/୮/୨୦୨୪---୭,୧୫ Sakhigopal News, 318/8/2024