ବୟାନ ବାଜି ସରକାରଙ୍କ ପ୍ରହସନ ସାଜିଛି ଲକ୍ଷପତି ଦିଦି ଯୋଜନା ;ଅଭିଯୋଗ ଆଣିଲେ ସତ୍ୟବାଦୀ ଅଧ୍ୟକ୍ଷ
ସାକ୍ଷୀଗୋପାଳ---- ରାଜ୍ୟରେ ନୂତନ ସରକାର ଗଠନ ହେବା ଦୁଇ ମାସ ହୋଇନି ମହିଳା ଗୋଷ୍ଠୀଙ୍କୁ ସରକାରଙ୍କ ପକ୍ଷରୁ ଲକ୍ଷପତି ଯୋଜନାରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହାକୁ ନେଇ ସତ୍ୟବାଦୀରେ ନୁହେଁ ସାରା ରାଜ୍ୟରେ ବେଶ ଆଲେଚନା ଆରମ୍ଭ ହୋଇଯାଇଛି । ସୁଚନାଯୋଗ୍ୟ ଯେ ପୂର୍ବତନ ସରକାରଙ୍କ ସମୟରେ ଯେଉଁ ମହିଳା ଗୋଷ୍ଠୀ ମାନଙ୍କୁ ସହାର୍ଯ୍ୟ ଓ ସହଯୋଗ କରାଯାଇ ସେମାନେ ନିଜ ଗୋଡରେ ଠିଆ ହୋଇଛନ୍ତି ସେଇ ଗୋଷ୍ଠୀ ମାନଙ୍କୁ ଆଜିର ସରକାର ସମ୍ମାନୀତ ପ୍ରମାଣପତ୍ର ପ୍ରଦାନ କରିବା ଏକ ପ୍ରହସନ ବୋଲି ଅନେକ ମହିଳା ଗୋଷ୍ଠୀ ମାନେ କହନ୍ତି । ନିଜର ଦକ୍ଷତା ରହିଛି ତ ନିଜ ସମୟରେ ଏକ ମହିଳା ଗୋଷ୍ଠୀକୁ ଠିଆ କରାଇ ତାଙ୍କୁ ସମ୍ମାନୀତ ପ୍ରମାଣପତ୍ର ଦେଇଥିଲେ ତାହା ଆଜିର ଦିନରେ ଏକ ଆକର୍ଷଣ ସାଜିଥାନ୍ତା ବୋଲି କିଛି ବ୍ରଜ୍ୟେଷ୍ଠା ମହିଳା ମାନେ କହନ୍ତି । ଆଜିର ସରକାର ବୟାନ ବାଜି ସରକାର ବୋଲି ପ୍ରମାଣ ଦେଇଛି ଏହି ଲକ୍ଷପତି ଦିଦି ଯୋଜନା । ସତ୍ୟବାଦୀ ବ୍ଳକର ସଦଭାବନା ଗୃହରେ ମିଶନ ଶକ୍ତି ବିଭାଗର ସହଯୋଗରେ ଓଡିଶା ଜୀବିକା ମିଶନ ବିଭାଗ ପକ୍ଷରୁ କିଛି ମହିଳା ଗୋଷ୍ଠୀର ମା ମାନଙ୍କୁ ଡାକି ଶ୍ରୀରାଧା ନଡିଆ ତେଲ କଷ୍ଟରରକୁ ସମ୍ମାନୀତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି କଷ୍ଟର ବହୁ ଆଗରୁ ପୁରୀ ଜିଲ୍ଲାରେ ବେଶ ସୁନାମ ଆଣିବା ସହ ଅନେକଥର ସମ୍ମାନୀତ ହୋଇସାରିଛି । ପୁର୍ନବାର ତାଙ୍କୁ ସମ୍ମାନୀତ ପ୍ରମାଣପତ୍ର ପ୍ରଦାନ କରିବା କ’ଣ ଦରକାର ବୋଲି ବେଶ ଆଲେଚନା ହେଉଛି । ୯୭ ମସିହାରେ ମୂଳଦୁଆ ପଡିଥିଲା ମହିଳ ସଶକ୍ତି କରଣର କାର୍ଯ୍ୟ । ଯାହା ସଂଚୟ ସମିତି ନାମରେ ନାମିତ ହୋଇଥିଲା । ୧୯୯୯ ମସିହା ମହାବାତ୍ୟା ପରେ ଦୁର୍ବଳ ଓଡିଶା ଦାୟତ୍ୱ ନେଇଥିଲେ ଲୋକପିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାୟତ୍ୱ ନେବା ପରେ ପରେ ଓଡିଶାର କିଛି ମାତ୍ରରେ ଗଠନ ହୋଇଥିବା ସଂଚୟ ସମିତି ଓ ସାମିଲ ହୋଇଥିବା ମା ମାନଙ୍କର କାର୍ଯ୍ୟକ୍ରମର ଆଗ୍ରହକୁ ଦେଖି ୨୦୦୧ ମସିହାରେ ତôତକାଳୀନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମିଶନଶକ୍ତି ଏବଂ ଗଠନ କରାଯାଇଥିବା ସଂଚୟ ସମିତିକୁ ନୂତନ ନାମରେ ସ୍ୱଂୟ ସହାୟକ ଗୋଷ୍ଠୀରେ ପରିଣତ କରାଇବା ସହ ଓଡିଶରେ ପ୍ରାୟ ୮ ଲକ୍ଷରୁ ଅଧିକ ସ୍ୱଂୟ ସହାୟକ ଗୋଷ୍ଠୀ ଓ ୭୫ଲକ୍ଷରୁ ଉଦ୍ୱର୍ ମହିଳା ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ । ଦୀର୍ଘ ୨୪ ବର୍ଷ ମଧ୍ୟରେ ତତ୍ôକାଳୀନ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ମହିଳା ଗୋଷ୍ଠୀ ମାନଙ୍କ ପାଇଁ କରି ସେମାନଙ୍କୁ ଉଦାହରଣ ସୃଷ୍ଟି କରିବା ସହିତ ଅନେକ ମହିଳା ଲକ୍ଷପତି ସୃଷ୍ଟି ହୋଇ ସାରିଛନ୍ତି । ତେବେ ଏ ବୟାନ ବାଜି ସରକାରଙ୍କ ଆଜିର ଦିନରେ ଖଣ୍ଡିଏ ଖଣ୍ଡିଏ କାଗଜ ପ୍ରମାଣପତ୍ର ଲକ୍ଷପତି ଦିଦିଙ୍କ ନାମରେ ବଣ୍ଟନ କରାଯାଉଛି । ଏହା କ’ଣ ଗତ ଦୁଇ ମାସ ସରକରଙ୍କ କାର୍ଯ୍ୟକ୍ରମ ମଧ୍ୟରେ ଏହି ମହିଳା ମାନେ ଲକ୍ଷପତି ହୋଇଗଲେକି ? । ସରକାର ଜନସାଧରଣଙ୍କ ନିକଟରେ ଉତ୍ତରଦାୟୀ ରୁହନ୍ତୁ । ନଚେତ ସତ୍ୟବାଦୀ ଜନସାଧାରଣ ଓ ଓଡିଶାବାସୀ ଏହା ବୁଝିବୁକି ପୁରୁଣା ଯୋଜନାରେ ନୂତନ ଷ୍ଟିକର ମାରି ବର୍ତ୍ତମାନର ସରକାର ନିଜ ବାହାବା ନେବାକୁ ଚାହୁଛନ୍ତି ବୋଲି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଏକ ପ୍ରେସ୍ତ ଇସ୍ତାହାରରେ ଏହା ପ୍ରକାଶ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୮/୨୦୨୪---୭,୨୫ Sakhigopal News , 25/8/2024