ବିଦ୍ୟାଳୟ ରୁ ଫ୍ଯାନ ଚୋରି, ଥାନା ରେ ଅଭିଯୋଗ
ବରଗଡ---- ବରଗଡ଼ ସହର ଉପକଣ୍ଠ ବରଡୋଲ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଚୋରି ହୋଇଥିବା ନେଇ ବରଗଡ଼ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।
ସୂଚନା ମୁତାବକ ରବିବାର ଓ ସୋମବାର ଗତ ଦୁଇ ଦିନ ଧରି ସରକାରୀ ଛୁଟି ରହିଥିବାରୁ ବରଡୋଲ ଗ୍ରାମରେ ରହିଥିବା ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଥିଲା । ମଙ୍ଗଳବାର ପ୍ରତ୍ୟକ ଦିନ ପରି ସକାଳ ୯.୩୦ ଘଣ୍ଟାରେ ସ୍କୁଲ ଖୋଲାଯିବା ପରେ ପ୍ରଧାନ ଶିକ୍ଷୟତ୍ରୀ ଦେଖିବାକୁ ପାଇଥିଲେଯେ ବିଦ୍ୟାଳୟ କୋଠରୀରେ ଲାଗିଥିବା ତାଲା ଭଙ୍ଗା ଯାଇଛି । ଆଲିମିରା ଭାଙ୍ଗିବା ସହିତ ଚାରୋଟି ଫ୍ଯାନ ବିଦ୍ୟାଳୟରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଆଜି ବରଗଡ଼ ଟାଉନ ଥାନାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚିତ୍ରଲେଖା ସାମଲ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇବା ବରଗଡ଼ ଟାଉନ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୮/୨୦୨୪
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୮/୨୦୨୪