ଡିଏଭି ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳନ
ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରାକ୍ ପ୍ରାଥମିକ ସ୍ତରରେ ଏହି ଅବସରରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଅନୀତା ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନେ ଶ୍ରୀ କୃଷ୍ଣ ରାଧାଙ୍କ ବେଶ ଧାରଣ କରିଥିଲେ ।
ବିଦ୍ୟାଳୟ ର ବିଭିନ୍ନ ସ୍ଥାନରେ ସୁନ୍ଦର ଭାବରେ ଦୋଳିକୁ ସଜାଯାଇ ଥିଲା । ବିଦ୍ୟାଳୟର ପ୍ରାନ୍ତରକୁ ଗୋପପୁର ଭଳି ସଜ୍ଜିତ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୮/୨୦୨୪-----୮,୨୫ Sakhigopal News,26/8/2024