ଏକ ଦିବଶୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଜଟଣୀ --ସ୍ଥାନୀୟ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ତୋଫାନ ସ୍ପୋର୍ଟିଂ କ୍ଲବ ତରଫରୁ ବିଦ୍ୟାଳୟ ଖେଳ ପଡିଆ ରେ ତୃତୀୟ ଏକ ଦିବଶୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଖେଳରେ ସମୁଦାୟ ୮ ଟି ଦଳ ଭାଗ ନେଇଥିଲେ l ସେଞ୍ଚୁରିୟାନ ୟୁନିଭର୍ସିଟି ବନାମ ମର୍ଣ୍ଣିଙ୍ଗ ଷ୍ଟାର ଖୋର୍ଦ୍ଧା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଖେଳଟି ଅତି ସଂଘର୍ଷ ପୁର୍ଣ୍ଣ ଥିଲା l ଏହି ଖେଳରେ ସେଞ୍ଚୁରୀୟାନ ୟୁନିଭର୍ସିଟି ର ୧୦ ନଂ ଜର୍ସି ଖେଳାଳୀ ଜମହୁ ଦୁଇଟି ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ l ଶେଷରେ ସେଞ୍ଚୁରୀୟାନ ୟୁନିଭର୍ସିଟି ଦଳ ଚମ୍ପିଆନ ହୋଇଥିଲା l ଖେଳ ପରିଚାଳନା କରିଥିଲେ ରେଫ୍ରି ପ୍ରିୟବତ ବାହିନୀପତି ଏବଂ ଅଭିନାଶ ପଟ୍ଟନାୟକ l ମୁଖ୍ୟ ଅତିଥି ରୂପେ ଗ୍ରାମର ପାଣ୍ଡବ ପଣ୍ଡା, ଅଶ୍ୱିନୀ ବଳିୟାରସିଙ୍ଘ, ଲକ୍ଷ୍ମୀଧର ଚମ୍ପତି, ପାଣ୍ଡଵ ଜେନା, ଶ୍ରବଣ କୁମାର ଚମ୍ପତି ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l କ୍ଲବର ସମସ୍ତ ଖେଳାଳୀଙ୍କ ସହଯୋଗରେ ଖେଳଟି ଶାନ୍ତିପୂର୍ଣ ଭାବେ ଶେଷ ହୋଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୮/୨୦୨୪----୧୧,୪୫ Sakhigopal News,20/8/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୮/୨୦୨୪----୧୧,୪୫ Sakhigopal News,20/8/2024