ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
କୋଣାର୍କ - ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଣାର୍କ ସ୍ପୋର୍ଟସ ଏକାଡେମି, ଜନମଙ୍ଗଳ ଯୁବ ସଙ୍ଗଠନ ଓ କୋଣାର୍କ ଏନଏସିର ମିଳିତ ସହଯୋଗରେ ଏନଏସିର କଲ୍ୟାଣ ମଣ୍ଡପ ପଡ଼ିଆଠାରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ କୋଣାର୍କ ଥାନାଧିକାରୀ ରବିନ୍ଦ୍ର ନାଥ ସେଠୀ, କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧବକାରୀ ଶୁଦର୍ଶନ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କୋଣାର୍କ, ଚନ୍ଦ୍ରଭାଗା, ଅର୍କକ୍ଷତ୍ର, ନାଗପୁର, ପୁରୀ ପୋଲିସ, ଅଚ୍ୟୁତପୁର, ଗୋପ ଓ ନିମାପଡାର ଭଲିବଲ ଦଳ ଯୋଗ ଦେଇଥିଲେ । ୩ସେଟ୍ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନି ମ୍ୟାଚଟି କୋଣାର୍କ ଓ ଚନ୍ଦ୍ରଭାଗା ମଧ୍ୟରେ ହୋଇଥିଲା । ଚନ୍ଦ୍ରଭାଗା କୋଣାର୍କକୁ ୨ସେଟ୍ରେ ହରାଇ ସେମି ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ସେହିପରି ଲିଗ ପର୍ଯ୍ୟାୟର ଦ୍ୱିତୀୟ ଖେଳଟି ପୁରୀ ପୋଲିସ ଓ ଗୋପ ମଧ୍ୟରେ ହୋଇଥିଲା । ଗୋପ ପୁରୀ ପୋଲିସକୁ ୨ସେଟ୍ରେ ହରାଇ ସେମି ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ସେହିପରି ଲିଗ ପର୍ଯ୍ୟାୟର ତୃତିୟ ଖେଳଟି ନାଗପୁର ଓ ନିମାପଡା ମଧ୍ୟରେ ହୋଇଥିଲା । ନିମାପଡା ନାଗପୁରକୁ ୨ସେଟ୍ରେ ହରାଇ ସେମି ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ସେହିପରି ଲିଗ ପର୍ଯ୍ୟାୟର ଚତୁର୍ଥ ଖେଳଟି ଅର୍କକ୍ଷେତ୍ର ଓ ଅଚ୍ୟୁତପୁର ମଧ୍ୟରେ ହୋଇଥିଲା । ଅର୍କକ୍ଷେତ୍ର ଦଳ ଅଚ୍ୟୁତପୁରକୁ ୨ସେଟ୍ରେ ହରାଇ ସେମି ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ସେମି ଫାଇନାଲରେ ଚନ୍ଦ୍ରଭାଗା ଗୋପକୁ ଦୁଇ ସେଟ୍ରେ ପରାସ୍ତକରୀ ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ସେହିପରି ନିମାପଡା ଅର୍କକ୍ଷତ୍ରକୁ ଦଦୁଇ ସେଟ୍ରେ ପରାସ୍ତକରୀ ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ନିମାପଡା ଓ ଚନ୍ଦ୍ରଭାଗା ଦଳର ଖେଳାଳିମାନେ ଲିଗି ଓ ସେମିଫାଇନାଲ ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରି ଫାଇନାଲ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ଦିବାରାତ୍ର ଏହି ଫାଇନାଲ ମ୍ୟାଚଟି ୩ସେଟ ବିଶିଷ୍ଟ ହୋଇଥିବା ବେଳେ ଚନ୍ଦ୍ରଭାଗ ଦଳ ନିମାପଡାକୁ ଲଗାତାର ଦୁଇଟି ସେଟ୍ରେ ପରାସ୍ତ କରି ଚମ୍ପିଆନ ହୋଇଥିଲା । ଫାଇନାଲ ମ୍ୟାଚରେ ଯୋଗ ଦେଇଥିବା ଅତିଥିମାନେ ବିଜେତା ଦଳକୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ଏହି ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଶ୍ରୀକାନ୍ତ ନାୟକ, ବିଦ୍ୟୁତଭୂଷଣ ରଥ ଓ ତ୍ରିଲୋଚନ ଦାଶ ଯୋଗ ଦେଇ ରେଫେରି ଭାବରେ ଖଳ ପରିଚାଳନା କରିଥିବା ବେଳେ କୋଣାର୍କ ସ୍ପୋର୍ଟସ ଏକାଡେମିର ସଭାପତି ଚନ୍ଦ୍ରଶେଖର ରାଉତରାୟ, ରମାକାନ୍ତ ଖଟୋଇ, ଶିଶିର ସେଠ୍ ସଂଗ୍ରାମ କେଶୋରୀ ସାହୁଙ୍କ ସମେତ ଏକାଡେମିର ସମସ୍ତ ସଦସ୍ୟ ଏବଂ ଜନମଙ୍ଗଳ ଯୁବ ସଙ୍ଗଠନର ନିର୍ଦ୍ଧେଶକ ରାମକୃଷ୍ଣ ମହାନ୍ତି, ସଭାପତି ବ୍ରଜକିଶୋର ସାହୁ, ନିରଞ୍ଜନ ତ୍ରୀପପାଠୀଙ୍କ ସମେତ ସମସ୍ତ ସଦସ୍ୟମାନେ ଖେଳ ପରିଚାଳନା କରିଥିଲୋ । ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ଏଠାରେ ମଧ୍ୟରାତ୍ର ପର୍ଯ୍ୟନ୍ତ ୫ହଜାରରୁ ଅଧିକ ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଣାର୍କ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକଙ୍କ ରିର୍ପୋଟ, ୧୭/୮/୨୦୨୪---୭,୧୦ Sakhigopal News, 17/8/2024