Breaking News

କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳିତ


ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସ୍ୱଭାବ କବି ଗଙ୍ଗାଧରଙ୍କ ପ୍ରତିଛବି ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡଃ ସରୋଜିନୀ ସାହୁ, ମୁଖ୍ୟବକ୍ତା ଭାବେ ଧମା ମହାବିଦ୍ୟାଳୟ ର ଅଧ୍ୟାପକ ବଳଦେବ ମହାକୁର, ସମ୍ମାନିତ ଅତିଥି ଭାବେ ଝିଲିମିଣ୍ଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ମକରଧ୍ଵଜ ଭୋଇ ଓ ସମାଜସେବୀ ଜୟଦେବ ମେହେର ଯୋଗ ଦେଇଥିଲେ। ଅତିଥି ମାନେ ସ୍ୱଭାବ କବି ଗଙ୍ଗାଧରଙ୍କ ଜୀବନୀ, ବିଭିନ୍ନ କାବ୍ୟ ଓ କବିତା ଉପରେ ଆଲୋକପାତ କରିଥିଲେ। ବିଗତବର୍ଷ ରେ ବିଭିନ୍ନ ବିଭାଗରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଗଂଗାଧର ମେହେର ଙ୍କ କାବ୍ୟ ଓ କବିତା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ପ୍ରକୃତିବନ୍ଧୁ ଧର୍ମରାଜ ପ୍ରଧାନ ସ୍ଵାଗତ ଭାଷଣ ଓ ସଂଯୋଜନା କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ପୂର୍ବତନ ବିଦ୍ୟାଳୟର କମିଟି ସଦସ୍ଯ ଓ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶ୍ରୀମତୀ ରାଧା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୮/୨୦୨୪----୭,୨୫ Sakhigopal News,20/8/2024

Blog Archive

Popular Posts