Breaking News

ହତ୍ୟା ଘଟଣାରେ ବାପା-ପୁଅ ଗିରଫ

 

ଭଞ୍ଜନଗର - ଚାଷ-ଜମିରେ ପାଣି ମଡାଇବାକୁ ନେଇ, ଜଣକୁ ହତ୍ୟା । ଏହି ଘଟଣାରେ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଗିରଫ କରିଛି ପୋଲିସ। ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁବାଙ୍କତରା ଗାଁ ନିକଟରେ ଗୁରୁବାର ସକାଳେ ଘଟିଥିଲା ଏହି ଘଟଣା । ଦୁଇ ପରିବାର ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ପୁତୁରା କାହ୍ନୁ ଗୌଡ ର ଟାଙ୍ଗିଆ ଚୋଟରେ ଦାଦା କବିରାଜ ଗୌଡଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ଉଭୟ ପକ୍ଷର ୬ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇଥିଲା ପୋଲିସ । ଘଟଣା ପ୍ରକାରେ ନୂଆଁବାଙ୍କତରା ଗାଁ ର ଦୁଇ ପରିବାର ତଥା ଦୁଇ ଭାଇ ଦେବରାଜ ଗୌଡ ଏବଂ କବିରାଜ ଗୌଡ ଙ୍କ ମଧ୍ୟରେ ପୂର୍ବରୁ ଅସନ୍ତୋଷ ରହିଥିଲା । ସେହି ଅନୁସାରେ ଗୁରୁବାର ସକାଳେ ଉଭୟ ପରିବାରର ସଦସ୍ୟ ମାନେ ନିଜ ନିଜ ଚାଷ ଜମି ରେ ପାଣି ମଡାଇବାକୁ ନେଇ ପ୍ରଥମେ ବଚସା ହୋଇଥିଲା । ପରେ ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ଉଭୟ ପରିବାରର ର ଦୁଇ ଭାଇ ଏବଂ ତାଙ୍କ ପୁଅ ଓ ଅନ୍ୟ ମାନେ ଅହତ ହୋଇଥିଲେ । ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତ କବିରାଜ ଗୌଡ ଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ମୃତକଙ୍କ ପୁଅ ଗହନ ଗୌଡ ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ୨୩୭/୨୪ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।  ଅଭିଯୁକ୍ତ କୁହାଯାଉଥିବା ବଡ଼ଭାଇ ଦେବରାଜ ଗୌଡ ଏବଂ ପୁତୁରା କାହ୍ନୁ ଗୌଡ କୁ ଗିରଫ କରି, କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ତାରାସିଙ୍ଗି ଥାନାଧିକାରୀ ବିଜୟ କୁମାର ସ୍ବାଇଁ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୮/୨୦୨୪----୮,୨୫ 

Blog Archive

Popular Posts