Breaking News

ସୌମ୍ୟ ବିହାରରେ ରକ୍ତଦାନ ଶିବିର , ୧୦୦ୟୁନିଟ୍ ରକ୍ତ ସଂଗ୍ରହ


ନୟାଗଡ଼---- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବଙ୍ଗଳା ନିକଟସ୍ଥ ସୌମ୍ୟ ବିହାର ଠାରେ  ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ସାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ  ମଧ୍ୟ
 ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ରକ୍ତ ଦାନ ମହା ପୁଣ୍ୟ।ଜଣକ ରକ୍ତରେ ହୁଏତ କୌଣସି ଜଣେ ନିରୀହ ନିଶହାୟ ଅତି ଗରିବ ଲୋକର ଜୀବନ ବଞ୍ଚିଯାଇପାରେ । ସ୍ବାସ୍ଥ୍ୟ ହିଁ ସମ୍ପଦ , କିନ୍ତୁ ଜୀବନ ହିଁ ଅମୂଲ୍ୟ ସମ୍ପଦ ।ଏଣୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ତଥା ଆଖ ପାଖ ଅନ୍ୟ ଅଞ୍ଚଳ ରୁ ସମାଜସେବୀ ତଥା ବହୁ ନାରୀ ଓ ପୁରୁଷ ,ରକ୍ତଦାତା ମାନେ ସ୍ଵ ଇଚ୍ଛାରେ ଆସି  ରକ୍ତଦାନ କରିଥିବାର ଦେଖିବାକୁ ମିଳିଛି।ଏହି ରକ୍ତଦାନ ଶିବିରରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ.ପ୍ରଦୀପ କୁମାର ପାଇକ ରାୟ , ଡ.ରସ୍ମିକାନ୍ତ ମିଶ୍ର , କାଉନ୍ ସିଲର ଅଜୟ କୁମାର ପଟ୍ଟନାୟକ , ଏଡିଇଓ ଶ୍ରୀମତୀ ସତ୍ୟ ପ୍ରିୟା ସାହୁ ,ଏଲ ଟି ବ୍ଲଡ ସେଣ୍ଟର୍  ସରୋଜ କୁମାର ସାହୁ ,ଏଲ ଟି ଖଣ୍ଡପଡା ବବୁଲ ବେହେରା ,ଦେବେନ୍ଦ୍ର ସାମନ୍ତରାୟ ,ଜିତେନ୍ଦ୍ର ସେଠୀ , ସନ୍ତୋଷ ସାମନ୍ତରାୟ , ସଂଯୁକ୍ତା ମୁଦୁଲି ,ରଞ୍ଜିତା ସାଥୁଆ, ଆଦିତ୍ୟ ସେନାପତି ,ପଞ୍ଚୁ ଦଳେଇ ଆଦି ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ମୋଟ ୧୦୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ବୋଲି ଶିବିର ଅଧିକାରୀ ସୂଚନା ଦେଇଛନ୍ତି।
ବାଙ୍କୀରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୮/୨୪-----୧୧,୨୦ Sakhigopal News,20/8/2024

Blog Archive

Popular Posts