Breaking News

ଡିଏଭି ଭଞ୍ଜନଗର ଛାତ୍ର ସଂସଦ ଦାୟିତ୍ଵ ହସ୍ତାନ୍ତର ଉତ୍ସବ ପାଳିତ



ଭଞ୍ଜନଗର-- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ଦାୟିତ୍ଵ ହସ୍ତାନ୍ତର ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଭାରତୀୟ ସ୍ଥଳ ସେନା ବିଭାଗ ର ଅବସରପ୍ରାପ୍ତ କର୍ଣ୍ଣଲ ମହେନ୍ଦ୍ର କୁମାର ସ୍ବାଇଁ ଯୋଗଦାନ କରିଥିଲେ।  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ  ମୁଖ୍ୟ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଦସ୍ୟ ,ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ନୂତନ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟଅତିଥି ନିଜ ଜୀବନରେ ଘଟିଥିବା ପ୍ରମୁଖ ଘଟଣାବଳୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସେବା,ଧର୍ଯ୍ୟ ଓ ପରିଶ୍ରମକୁ  ଜୀବନର ଲକ୍ଷ୍ୟ ପ୍ରାପ୍ତିର ତିନୋଟି ମୂଳମନ୍ତ୍ର ରୂପେ ପ୍ରକାଶ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ଜି ସ୍ନିଗ୍ଧା ରାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୮/୨୦୨୪----୯,୧୫ Sakhigopal News,25/8/2024

Blog Archive

Popular Posts