>>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • ସାକ୍ଷୀଗୋପାଳ କଲେଜରେ କ୍ରୀଡ଼ା ଦିବସ ପାଳିତ


    ସାକ୍ଷୀଗୋପାଳ:-  ଭାରତୀୟ ହକି କ୍ରୀଡ଼ାପ୍ରତି କିମ୍ବଦନ୍ତୀ ସାଜିଥିବା ମେଜର ଧ୍ୟାନଚାନ୍ଦଙ୍କ  ଜନ୍ମ ଜୟନ୍ତୀକୁ କେନ୍ଦ୍ର ସରକାର ୨୦୧୨ ମସିହାରୁ  ଭାରତୀୟ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସଟିକୁ ଆଜି ସମସ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟରେ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଛି। ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭା ଗୃହରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ସଭାପତିତ୍ୱ କରିଥିଲାବେଳେ ଛାତ୍ର ଛାତ୍ରୀଙ୍କ ନିକଟରେ ଥିବା  କ୍ରୀଡ଼ା ପ୍ରତି ପ୍ରତିଭା ପଦର୍ଶନ କରି ଧ୍ୟାନଚାନ୍ଦ ଙ୍କ ପରି ଗୌରବ ଆଣିବ ନିମନ୍ତେ ମତ ପ୍ରଦାନ୍ କରିଥିଲେ । କ୍ରୀଡ଼ା ଦିବସ ଅବସରରେ ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କିଛି କ୍ରୀଡ଼ା ପ୍ରତିଯୋଗୀତା ହୋଇଥିଲା । ଏଥିରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ  ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କ୍ରୀଡ଼ା ସମ୍ପାଦକ ବୈକୁଣ୍ଠ କୁମାର ମେହର, ସାର୍ଥକ ମିଶ୍ର, ମନୋଜ କୁମାର ମହାକୁଡ଼, ଆକାଶ ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଶ୍ରୀ ରଘୁନାଥ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସତ୍ୟବାଦୀ ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଏନସିସି ଅଫିସର ସୁଚିତ୍ର ଖଟଓଇଙ୍କ ତତ୍ବାବଧାନରେ ଏନସିସି କ୍ୟାଡ଼ର ଛାତ୍ର ମାନେ ଏକ ଶୋଭାଯାତ୍ରା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୨୯/୮/୨୦୨୪----୬,୫୫ Sakhigopal News,29/8/2024

    Blog Archive

    Popular Posts